oom

ଲେଡି ଲାୟନର ୨ ଦିନିଆ ଶିଶୁ ମହୋତ୍ସବ ସମ୍ପନ୍ନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଲେଡି ଲାୟନର ୨ ଦିନିଆ ଶିଶୁ ମହୋତ୍ସବ ଝିରପାଣିର ବିଜୟ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନରର ମୁଖ୍ୟ ବନ୍ଦିତା ମହନ୍ତଙ୍କ ସଭାପତିତ୍ୱ, ସମ୍ପାଦକ ସ୍ନେହଲତା ଗନ୍ତାଘରିଆଙ୍କ ଆବାହକତ୍ତ୍ୱ ଏବଂ କବିତା ମହନ୍ତ ଓ ପ୍ରିୟା ଯାଦବଙ୍କ ସଂଯୋଜନାରେ ଆୟୋଜିତ ଏହି ମହୋତ୍ସବରେ ସମାଜସେବୀ ସୁନିଲ କିଣ୍ଡୋ, କାର୍ତ୍ତିକ ରାଉତ, ବୁଲୁ ପୁହାଣ, ନିହାର ରାୟ, ଅଶୋକ କକ୍କଡ, ସୁନିଲ କାୟଲ, ଜିତେନ୍ଦ୍ର ପ୍ରସାଦ, କମଲ ଅଗ୍ରୱାଲ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ଛୋଟଛୋଟ ପିଲାମାନଙ୍କ ମଧ୍ୟରେ ବେଙ୍ଗ ଡିଆଁ, ଚାମୁଚ ଗୁଲି ରେସ, ଅଖା ଦୌଡ଼, ପାଣି ବୋତଲ ଭର୍ତ୍ତି, ବେଲୁନ ଫୁଟା ଦୌଡ଼, ଚିତ୍ରାଙ୍କନ, ନୃତ୍ୟ, କୌତୁକ ପୋଷାକ, ମୁହଁ ଚିତ୍ର, ବକ୍ତୃତା ଆଦି ପ୍ରତିଯୋଗିତା କରାଯାଇଥିଲା । ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଲୀଳା ବିଶ୍ୱାଳ, ପୂର୍ଣ୍ଣିମା ମହାନ୍ତି,ନୀଲମ ସାହୁ, ଦୀପ୍ତି ସୁନ୍ଦରାୟ, କାମିନୀ ମହନ୍ତ, ରାହୁଲ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଅନୁଷ୍ଠାନ ତରଫରୁ ଉପସଭାପତି ଧନମାୟା ବିଷ୍ଟ, ସଦସ୍ୟ ସରିତା ସିଂ, ଅନୁପମା ଦାସ, ଲକ୍ଷ୍ମୀ ମିଶ୍ର, ଫୁଲମଣୀ ସମାଦ, ଚନ୍ଦା ଗୁହା, ସୁଚିତ୍ରା ଦର୍ଜୀ, ଶୈଳଭାମା ମହାନ୍ତି, ସରୋଜିନୀ ଦାସ, ନନ୍ଦିତା କେର୍କେଟା, ମୀରା ତିର୍କି, ସୁଜାତା ତିର୍କି, ସରିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଛୋଟ ପିଲାଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନରେ ଆଣିବା ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଉଛି ବୋଲି ସଭାପତି ଶ୍ରୀମତୀ ମହନ୍ତ ଓ ସମ୍ପାଦକ ଶ୍ରୀମତୀ ଗନ୍ତାଘରିଆ ସୂଚନା ଦେଇଥିଲେ । ଅନୁଷ୍ଠାନ ତରଫରୁ ନୂତନ ପୋଷାକ ଓ ପୁରୁଣା ପୋଷାକ ଆବଶ୍ୟକ କରୁଥିବା ଗରିବ ଲୋକଙ୍କୁ ନିଃଶୁଳ୍କ ବିତରଣ କରାଯାଇଥିଲା । ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

jittmm
Leave A Reply

Your email address will not be published.