csstore

ପଞ୍ଚମ ସୁଲିଆ ମହୋତ୍ସବ ପାଇଁ ଚୁଡାନ୍ତ ପ୍ରସ୍ତୁତି

ଦେଓଗାଁ, (ମନୀଷ କୁମାର ସାହୁ) : ଆସନ୍ତା ୫ ତାରିଖ ଠାରୁ ୭ ପର୍ଯ୍ୟନ୍ତ ୩ ଦିନ ଧରି ଦେଓଗାଁ ବ୍ଲକ କୁମୁରିଆରେ ହେବାକୁ ଥିବା ପଞ୍ଚମ ସୁଲିଆ ମହୋତ୍ସବ ପାଇଁ ଶୁକ୍ରବାର ଅପରାହ୍ନରେ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହୋତ୍ସବ କମିଟିର ଆବାହକ ତଥା ଦେଓଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବ ବିଡ଼ିସିସି ସଭାପତି ଲକ୍ଷ୍ମଣ ମେହେର ସଭାପତିତ୍ୱ କରିବା ସହ ମହୋତ୍ସବ ପାଇଁ କ’ଣ କ’ଣ ପ୍ରସ୍ତୁତି ହୋଇଛି ତାହାକୁ ନେଇ ସମୀକ୍ଷା କରିବା ସହ କିପରି ଆସିବାକୁ ଥିବା ଭକ୍ତ, ଶ୍ରଦ୍ଧଳେୁ ସୁଲିଆ ବୁଢ଼ାଙ୍କ ଦର୍ଶନ କରିବା ସହ ମହୋତ୍ସବରେ ହେବାକୁ ଯାଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବେ ତାହାକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । କମିଟିର ସମସ୍ତ ସଭ୍ୟ କାର୍ଯ୍ୟକ୍ରମକୁ ନେଇ ବିଭିନ୍ନ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଫେସର ପତ୍ନତତ୍ୱବିତ୍‌ ଡ.ଲିଡ଼ିଆ ଗୁଜି, ନିକୋଲାସ, ପରିବେଶବିତ୍‌ ସାଲେଗ୍ରାମ ହୋତା, ସୁରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସୁଲିଆ ବୁଢ଼ାଙ୍କ ପୂଜା ପଦ୍ଧତି, ଐତିହାସିକ କିମ୍ବଦନ୍ତୀ ଉପରେ ପଚାରି ବୁଝିଥିଲେ । ଏହି କାର୍ଯ୍ୟକ୍ରମରେ ମହୋତ୍ସବ କମିଟିର ଉପ-ସଭାପତି କୁଲୁତାପଡ଼ା ସରପଞ୍ଚ ଦୁଷ୍ମନ୍ତ ସାହୁ ଓ ବଡ଼ବାହାଲ ପୂର୍ବ ସରପଞ୍ଚ ଜୟ ରଣା, ସଂଯୋଜକ ରୁପାଧର ପୁଟା ଓ ଉପଦେଷ୍ଟା କମିଟିର ସଭ୍ୟ ଭାବେ ପ୍ରମୋଦ ବହିଦାର, ଶୈଳେନ୍ଦ୍ର ସାହୁ ଏବଂ ବେଣୁଧର ସିଂଙ୍କ ସହ ଅଞ୍ଚଳର ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.