csstore

ପଦ୍ମପୁରରେ ଖୋଲିଲା ଦବା ଇଣ୍ଡିଆ : ମାର୍କେଟ ରେଟ୍‌ରୁ କମ ଦରରେ ଔଷଧ ପାଇବେ ଲୋକେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ କିପରି ବିକାଶ ସହ ଉଚ୍ଚଦରର ଔଷଧ କମ୍‌ରେ ଲୋକେ ପାଇ ପାରିବେ ସେନେଇ ବିଭିନ୍ନ ଯୋଜନା ମାନ କରୁଛନ୍ତି । ତେବେ ପ୍ରଧାନମନ୍ତ୍ରୀ ଜନଔଷଧୀ ଯୋଜନା ଅନ୍ତର୍ଗତ ପଦ୍ମପୁର ଶାନ୍ତିନଗର ଠାରେ ଦବା ଇଣ୍ଡିଆ ଜେନେରିକ ଔଷଧର ଏକ ବ୍ରାଞ୍ଚ ଖୋଲି ଯାଇଛି । ତେବେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ବ୍ରାଞ୍ଚ ଉଦ୍‌ଘାଟନ କରିଥିବା ବେଳେ ଲୋକେ କେମିତି ଏହାର ସୁବିଧା ପାଇପାରିବେ ସେନେଇ ବ୍ରାଞ୍ଚ ବୁଲି ଦେଖିବା ସହ ବ୍ରାଞ୍ଚ ମାଲିକଙ୍କ ସହ କଥାବାର୍ତ୍ତା ହୋଇ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ ବରଗଡ଼ ସଂସଦ ପ୍ରଦୀପ ପୁରୋହିତ । ତେବେ ସାଂସଦଙ୍କ ପରିଦର୍ଶନ ସମୟରେ ପଦ୍ମପୁର ୱାର୍ଡ ନଂ. ୨ର କାଉନସିଲର ତଥା ଯୁବନେତା କୁନାଲ ପାଣିଗ୍ରାହୀଙ୍କ ସହ ନଗର ମଣ୍ଡଳ ସଭାପତି ସୁନୀଲ ଅଗ୍ରୱାଲ ଓ ବ୍ରାଞ୍ଚର ମାଲିକ ଜିତେନ୍ଦ୍ର କୁମାର ଦାସ, ଗୁଲସନ ଦାସ ଓ ଆଶିକ ଦାସ ଉପସ୍ଥିତ ରହି ସାଂସଦଙ୍କ ବିଭିନ୍ନ ସରକାରୀ ପ୍ରୋତ୍ସାହନ ବିଷୟରେ ବିବରଣୀ ଦେଇଥିଲେ ।

jayashree
Leave A Reply

Your email address will not be published.