centurian jitm

ସାଇନିଂ ରକର୍ସ ଏକାଡେମୀର ବାର୍ଷିକ ଉତ୍ସବ ସମାପିତ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସାଇନିଂ ରକର୍ସ ଏକାଡେମୀର ଅଷ୍ଟମ ବାର୍ଷିକ ଉତ୍ସବ ଭଞ୍ଜଭବନ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶିକା ଲୀନା ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ତଥା ଶୁଭଜିତ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଇଂ ବିମଳ ବିଶି, ଡା. ବିଶ୍ୱଜିତ ମହାପାତ୍ର, ଡ଼ା. ଲଲାଟେନ୍ଦୁ ଆଚାର୍ଯ୍ୟ, ସୁନିଲ କାୟଲ, ଜିତେନ୍ଦ୍ର ପ୍ରସାଦ, ଜାହାଙ୍ଗୀର ହକ୍, ବିରେନ ସେନାପତି, ଏଜାଜ ଅହମ୍ମଦ, ମୀନତି ଦେବତା, ଜୋୟା ତ୍ରିପାଠୀ, ପ୍ରଜ୍ଞା ପରିମିତା ଦାସ, ପି ସି ପରିଚ୍ଛା, ରାହୁଲ ରାୟ, କାର୍ତ୍ତିକ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଏହି ବାର୍ଷିକ ଉତ୍ସବରେ ଜନଜାତିଙ୍କ ପୋଷାକ ପରିଧାନ କରି ମଡେଲିଂ, ନୃତ୍ୟ ସଂଗୀତ ଆଦି ପ୍ରତିଯୋଗିତା କରାଯାଇଥିଲା । ବିଚାରକ ଭାବେ ରାକ୍ଷୀ ମଣ୍ଡଳ, ମିତାଲି ଦାସ ଗୁପ୍ତା, ମଇତ୍ରୀ ମାହେଶ୍ୱରୀ, ଅମିତ ନାୟକ ପ୍ରମୁଖ ଯୋଗଦେଇ ପ୍ରତିଯୋଗିତା ଗୁଡିକର ମୂଲ୍ୟାଙ୍କନ କରିଥିଲେ । ଏଥିରେ ବିଜୟୀ ହୋଇଥିବା ପ୍ରତିଯୋଗୀ ହେଲେ ରାଉରକେଲାରୁ ଆଦିତ୍ୟ ପ୍ରତାପ ସିଂ, ଝାରସୁଗୁଡ଼ାରୁ ତିତିକ୍ଷା ଧାରୁଆ, ରାଉରକେଲାରୁ ରଶ୍ମିତା ବିଶୋଇ, ସବଜୁନିଅର ବର୍ଗରେ ଖୋର୍ଦ୍ଧାର ଅନନ୍ୟା ପାତ୍ର ଓ ସମ୍ବଲପୁରର ରାଜିଲ ଶେଖ ପ୍ରମୁଖ ବିଜୟୀ ହୋଇ ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ସେହିପରି ପ୍ରଶିକ୍ଷକ ଭାବେ କଟକର ପ୍ରଦୀପ୍ତ ରାୟ, ରାଉରକେଲାର ରଜତ ବେହେରା, ସୁନ୍ଦରଗଡର ପ୍ରବୀନ ଚାଓଡା, ବଡବିଲର ଅତୁଲ ଗିରି, ରାଉରକେଲାରୁ ସୋନୁ ମୁଖାର୍ଜୀ ଓ ଦେବାଂଶୀ ବାରିକ ତଥା ସୁନ୍ଦରଗଡର ସ୍ମିତାରାଣୀ ସୁନୟନୀ ପ୍ରମୁଖ ଦିଗଦର୍ଶନ ଦେଇଥିଲେ । ସୂଚନାଯୋଗ୍ୟ ଯେ ବିଭିନ୍ନ ପ୍ରତିଯୋଗିତାରେ ସମଗ୍ର ଓଡ଼ିଶାରୁ ପ୍ରାୟ ୪୦୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୪୦ ଜଣ ଫାଇନାଲ ରାଉଣ୍ଡକୁ ଉନ୍ନିତ ହୋଇଥିଲେ । କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ କ୍ରାଉନ, ଟ୍ରଫି ଓ ଗିଫ୍ଟ ଭାଉଚର ଦେଇ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରେମ କୁମାର, ନିତ୍ୟାଞ୍ଜଳୀ ପରିଡ଼ା, ବର୍ଣ୍ଣାଳୀ ରାଉତ, ଚିନୁ ରାଉତ, ପ୍ରବୀନ ଚାୱଲା, ପପାୟା ମୁଖାର୍ଜୀ, ଗୀତା ଜୟସ୍ୱାଲ, ଆଲୋକ ପାଣିଗ୍ରାହୀ, ଅଭିପ୍ସା ଆଚାର୍ଯ୍ୟ, ବିଜୁ ଦାସ, ମୁରଲୀ ମୋହନ ଦାସ, ରଶ୍ମିତା ମଲ୍ଲିକ, ସୌମ୍ୟ ମହାରଣା, ସରୋଜ ଶତପଥୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.