oom

ଚଇତି ଲୋକ ମହୋତ୍ସବ ଉଦ୍‌ଘାଟିତ

jsmm

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଆଜି ରାୟଗଡା ଜିଲ୍ଲା ଚଇତି ଲୋକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣି ମନ୍ଦିର ପ୍ରାଙ୍ଗଣରୁ ଚଇତି ମଶାଲ ସହ କଳସ ଯାତ୍ରା ଆରମ୍ଭ ହୋଇ ସ୍ଥାନୀୟ ଜିସିଡି ପଡ଼ିଆ ମଞ୍ଚ ଠାରେ ପହଂଚିଥିଲା । ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଜିଲ୍ଲାପାଳ ପାରୁଲ ପଟାୱାରୀ, ରାୟଗଡା ବିଧାୟକ ଆପଲ ସ୍ୱାମୀ କାଡ୍ରାକା, ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଯୋଗଦାନ କରି ସହର ପରିକ୍ରମା କରିଥିଲେ । ଜିଲ୍ଲାପାଳ ପାରୁଲ ପଟାୱାରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାୟଗଡ଼ା ବିଧାୟକ ଆପଲାସ୍ୱାମୀ କାଡ୍ରାକା, ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ବିଷମକଟକ ବିଧାୟକ ନୀଳମାଧବ ହିକକା, କୋରାପୁଟ ବିଧାୟକ ରଘୁରାମ ମାଛ ଯୋଗଦାନ କରିଥିଲେ । ଏହି ପର୍ବ ସମସ୍ତଙ୍କୁ ବାନ୍ଧି ରଖିବା ସୂତ୍ର ପାଲଟିଛି । ଏହି ଉତ୍ସବ ସଂସ୍କୃତି ଗୀତ, ନୃତ୍ୟକୁ ବଂଚାଇବାରେ ସହାୟକ ହେଉଛି ବୋଲି ଅତିଥିମାନେ ନିଜ ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟ୍ୟରେ ଜିଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ, ଏସପି ସ୍ୱାତୀ ଏସ୍‌. କୁମାର, ଜିଲ୍ଲା ମୁଖ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ ମଞ୍ଚାସୀନ ଥିଲେ । ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ । ଏହାପରେ ଜିଲ୍ଲାର ଉଲେଖନୀୟ କୃତିତ୍ୱ ହାସଲ କରଥିବା ବ୍ୟକ୍ତିମାନଙ୍କୁ ପୁରସ୍କୃତ କରିଥିଲେ । ଚଇତିର ମୁଖଶାଖୀ ସ୍ମରଣିକା ଚଇତାଳି ଉନ୍ମଚନ କରିଥିଲେ । ଏହାପରେ ଲାଞ୍ଜିଆ ସଉରା ସମ୍ପ୍ରଦାୟର ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନବେଶ ଶବର, ଆଶା ଅନୁସୂୟା ବିଡ଼ିକା, ୟୁଜିସ ନେଟରେ କୃତକାର୍ଯ୍ୟ ହୋଇଥିବା ଡ଼ଙ୍ଗରିଆ ଯୁବକ ଅଜୟ କାଡ୍ରାକା, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଦିପ୍ତୀଚନ୍ଦ୍ର ସାହୁଙ୍କ ମୁଖ୍ୟ ଅତିଥି ଚଇତି ମଞ୍ଚରେ ସମ୍ମାନିତ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଲାଞ୍ଜିଆ ସଉରା ସଂପ୍ରଦାୟର ନୃତ୍ୟ, ଡଙ୍ଗରିଆକନ୍ଧ ନୃତ୍ୟ, କାଶୀପୁର ଢେମସା, ରାମନାଗୁଡା ମେରିୟା ନୃତ୍ୟ ଓ ପୀଡିସି ରାୟଗଡ ଢେମସା ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ଜିଲ୍ଲା ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ବସନ୍ତ ପ୍ରଦାନ ଓ ଜିଲ୍ଲା ପ୍ରଶାସନ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.