ମୁନିଗୁଡ଼ା, (ରମାକାନ୍ତ ପୋଡାଲ) : ଦୁଇ ଦିନ ଧରି ଝିପିଝିପି ବର୍ଷାରେ ଜମିର ଧାନ, ବିରି, କୋଳଥ, ମାଣ୍ଡିଆ, କପା ସବୁ ଗଜା ହୋଇଗଲାଣି । ଯାହାଫଳରେ ଚାଷୀମାନଙ୍କ ଜୀବନ ମାଟିରେ ପରିଣତ ହୋଇଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ କୋହଳା ପାଗ ସହିତ ଝିପିଝିପି ବର୍ଷା ଲାଗିରହି ଥିବା ବେଳେ ରାୟଗଡ଼ା ଜିଲ୍ଲାର ୧୧ଟି ବ୍ଲକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଚାଷୀ ସାହୁକାର ଓ ଲ୍ୟାମ୍ପରେ ୠଣ କରି ଚାଷ କରିଥିଲେ, ସେହି ୠଣ କେମିତି ସୁଝିବେ ତାହା ଏବେ ଚିନ୍ତାର ବିଷୟ ବୋଲି ଚାଷୀ ମାନେ କହିଛନ୍ତିି । ବର୍ଷା ଯୋଗୁଁ ଚାଷୀମାନେ ନିଜ ଧାନ, ବିରି, କୋଳଥ ଗଦା କରି ପାଳରେ ଘୋଡ଼ାଇ ରଖିଥିବା ବେଳେ ବର୍ଷା ଯୋଗୁଁ ପାଳରେ ଥିବା ଚାଷରୁ ମଧ୍ୟ ପାଣି ଝରୁଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ଚାଷକୁ କେମିତି ଅମଳ କରିବେ ଚାଷୀଙ୍କ ପାଇଁ ତାହା ଚିନ୍ତାର ବିଷୟ ପାଲଟିଛି । ଏହା ପ୍ରତି ସ୍ଥାନୀୟ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଚାଷୀ ଦାବି ରଖିଛନ୍ତି । ଏହାକୁ ନେଇ ରାୟଗଡ଼ା ଜିଲ୍ଲାର ଚାଷୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଯେ, ପ୍ରଶାସନ ଚାଷୀଙ୍କ ପ୍ରତି ଧ୍ୟାନ ଦେଉଛନ୍ତି ତ ? ଏହି କ୍ଷେତ୍ରରେ ଯଦି ସରକାର ଚାଷୀଙ୍କ ପ୍ରତି ଦୃଷ୍ଟି ଦିଅନ୍ତି ତା’ହେଲେ ଆଗାମୀ ଦିନରେ ଚାଷୀଙ୍କ ଦୁଃଖ ଦୁର ହେବ ଏବଂ ଏହାର କ୍ଷତି ପୂରଣ ଦାବି ରଖିଥିବା ଚାଷୀଙ୍କୁ ସହାୟତା ମିଳିପାରିବ ବୋଲି ଚାଷୀମାନେ ଆଶା ରଖି ସରକାରଙ୍କୁ ମଧ୍ୟ ସହାୟତା ପାଇଁ ନିବେଦନ କରିଛନ୍ତି ।
Prev Post