ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଜ୍ରକାପ୍ତାକୁ ବିକ୍ରି କରିବା ପାଇଁ ଉଦ୍ୟମ କଲା ବେଳେ ମାଡ଼ିବସିଲା ବନ ବିଭାଗ । ଟିଟିଲାଗଡ ବନାଞ୍ଚଳ ଅନ୍ତର୍ଗତ ବେଲଗାଁ ମାଲପଡ଼ା ଗାଁର ଦେବରାଜ ଭୋଇ ଓ ପିଲୁ ଭୋଇ ଜଙ୍ଗଲରୁ ବଜ୍ରକାପ୍ତା ଧରି ଘରେ ଲୁଚାଇ ବିକ୍ରି କରିବା ପାଇଁ ଯୋଜନା କରିଥିଲେ । ପରେ ଭୁତେଶ୍ୱର ବାରିକ ଓ ବିଘ୍ନେଶ୍ୱର ମହାନନ୍ଦ ଖରିଆରର ରୋହିତ ବେହେରାଙ୍କ ଜରିଆରେ ଛତିଶଗଡ ଅଞ୍ଚଳରେ ୩୫ ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ଯୋଜନା କରିଥିଲେ । ହେଲେ ଟିଟିଲାଗଡ ବନ ବିଭାଗ କୌଣସି ସୁତ୍ରରୁ ଖବର ପାଇ ୩ଟି ଟିମ ଗଠନ କରି ଅଭିଯୁକ୍ତଙ୍କ ଘରେ ଚଢାଉ କରି ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଘଟଣାରେ ସଂଶ୍ଳିଷ୍ଟ ଥିବା ନେଇ ୫ ଜଣ ଅଭିଯୁକ୍ତକୁ ଗିରଫ କରି ବନବିଭାଗ କୋର୍ଟ ଚାଲାଣ କରିଛି ।
Next Post