ତୁରେକେଲା, (ପିତାମ୍ବର ଦୀପ) : ଗତ କିଛି ଦିନ ତଳେ ଲୋକସଭାରେ ଗୃହ ମନ୍ତ୍ରୀ ଅମିତ ଶାହା ଦେଇଥିବା ମନ୍ତବ୍ୟକୁ ନେଇ ସାରା ଦେଶରେ ଆନ୍ଦୋଳନ ଚାଳିଥିବା ବେଳେ ମଙ୍ଗଳବାର ଏସ୍ସି, ଏସ୍ଟି ମିଳିତ ମଞ୍ଚ ପକ୍ଷରୁ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସନ୍ଧ୍ୟା ୭.୩୦ ମିନିଟ୍ ସମୟରେ କଣ୍ଟାବାଞ୍ଜି ସମ୍ବିଧାନ ଛକ ଠାରୁ ଏକ ଶୋଭାଯାତ୍ରା କରି ସହର ମୁଖ୍ୟରାସ୍ତା ଦେଇ ଇନ୍ଦ୍ରାଛକ ଠାରେ ପହଞ୍ଚି ସେଠାରେ ଅମିତ ଶାହାଙ୍କ ବିରୋଧ ନାରାବାଜି ବିକ୍ଷୋଭ କରି କୁଶ ପୁତ୍ତଳିକା ଦାହ କରିଥିଲେ । କଣ୍ଟାବାଞ୍ଜି ଏସ୍ସି, ଏସ୍ଟି ମିଳିତ ମଞ୍ଚ ଆବାହକ ଗିରିରାଜ ସିଂ ମାଝୀ, ବ୍ରହ୍ମମ ସିଂ ମାଝୀ, ସନ୍ତୋଷ ଖୁରା, ତୁଳସିରାମ ଜଗତ, ଭୋଲେଶ୍ୱର ମାହାନନ୍ଦ, ଅନୁପ ଖୁରା, ଅନିଳ ସିପକା, ଅଶୋକ କୁମାର, ରେସବ ମାହାନନ୍ଦ, ଯଶୋବନ୍ତ ତାଣ୍ଡି , ରାହୁଲ ତାଣ୍ଡି, ବାଦଳ ମାହାନନ୍ଦ, ରାମ ମାହାନନ୍ଦ, ଗୌର ବାଗ, ଶତାଧିକ ଯୁବକ ଗୋଷ୍ଠୀ ଉପସ୍ଥିତ ଥିଲେ ।
Next Post