jayashree

ଅଟୋ ଚାଳକଙ୍କ ହତ୍ୟା ଘଟଣା : ୨୫ ହଜାର ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଫୁଲଜବା ଛକରେ ଅଟୋ ଚାଳକଙ୍କ ହତ୍ୟା ଘଟଣା । ୨୫ ହଜାର ଟଙ୍କା ପାଇଁ ସାଙ୍ଗ କାଟିଲା ସାଙ୍ଗର ତଣ୍ଟି । ଗତ ୧୪ ଡିସେମ୍ବରରେ ହୋଇଥିବା ହତ୍ୟା କାଣ୍ଡର ପର୍ଦ୍ଦାଫାସ କରିଛି ଟିକିରି ଥାନା ପୋଲିସ । ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ହୋଇଥିବା ଛୁରୀ, ୨ଟି ଏଟିଏମ୍‌ କାର୍ଡ, ଦୁଇଟି ମନିପର୍ସ ଜବତ କରିଛି ପୋଲିସ । ସୂଚନା ଅନୁସାରେ ବଳରାମ ମାଇକଞ୍ଚ ଝିରିଗାଁ ଅଞ୍ଚଳର ରମେଶ ଝୋଡ଼ିଆ (୨୫)ଙ୍କ ଠାରୁ ୨୫ ହଜାର ଟଙ୍କା ଧାର ନେଇଥିଲେ । ତେବେ ସେ ଟଙ୍କା ଫେରସ୍ତ ନକରିବାରୁ ଦୁହିି ସାଙ୍ଗ ମଧ୍ୟରେ ଶତ୍ରୁତା ହୋଇଥିଲା । ପରେ ରମେଶ ପୂର୍ବ ଶତ୍ରୁତାକୁ ନେଇ ବଳରାମଙ୍କ ତଣ୍ଟିକାଟି ହତ୍ୟା କରିଥିଲା । ଏହି ଘଟଣାର ଅଧିକ ତଦନ୍‌ନ୍ତ କରି ଅଭିଯୁକ୍ତ ରମେଶ ବିରୁଦ୍ଧରେ ଟିକିରି ଥାନାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଏକ ପ୍ରେସ ବିବୃତିରେ ରାୟଗଡା ଏସ୍‌ପି ସ୍ୱାତୀ ଏସ୍‌ କୁମାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.