ଭାଗବତତତ୍ୱ ଯୋଗାଶ୍ରମରେ ବୃକ୍ଷରୋପଣ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ସ୍ଥିତ ଭାଗବତତତ୍ଵ ଯୋଗାଶ୍ରମ ପରିସରରେ ନୁନିଆଁ ଜାମପାଲି ସ୍କୁଲ ତରଫରୁ ଆଜି ବୃକ୍ଷ ରୋପଣ କରାଯାଇଛି । ଏଥିରେ ଆଶ୍ରମ ପରିବାର ଧର୍ମଚାନ୍ଦ ପଧାନ ଏବଂ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟା, ପୂର୍ବତନ ଆବାହକ ରାହାସ ବିହାରୀ ସାହୁ, ଟେମରୀ ସରପଞ୍ଚ ଦିଲ୍ଲୀପ ବେହେରା, ସରପଞ୍ଚ ବୁକ୍ରାମୁଣ୍ଡା ମମତା ଭୋଇ, ସ୍କୁଲରର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ପରିବେଶ ସୁରକ୍ଷା ପାଇଁ ଗଛ ଲଗାଇଥିଲେ । ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ଗନ୍ଧମାର୍ଦ୍ଦନ ପାହାଡ କପିଳଧାରକୁ ଯାଇ ଚିରସ୍ରୋତା ଝରଣା, ବନ ଔଷଧୀ, ବୃକ୍ଷଲତା ଭରପୁର ଥିବା ପାହାଡ଼ ଇତିହାସ ଉପରେ ପିଲା ମାନଙ୍କୁ ଶିକ୍ଷକ ମାନେ ବୁଝାଇଥିଲେ । ଗନ୍ଧମାର୍ଦ୍ଦନ ପହାଡ ତଳେ ଥିବା ନୃସିଂହନାଥ ମହା ପ୍ରଭୁଙ୍କୁ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରି ନୂତନ ନବବର୍ଷରେ ସମସ୍ତେ ସୁଖଶାନ୍ତିରେ ରହିବା ପାଇଁ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିଥିଲେ ।

Leave A Reply

Your email address will not be published.