jsm

ବଚପନ୍ ଓ ବିଦ୍ୟା ଇ-ଟେକ୍‌ନୋ ସ୍କୁଲର ଖ୍ରୀଷ୍ଟମାସ ସମ୍ଭାର

csstore

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଇଂରାଜୀ ଓବିକେପି ମାଧ୍ୟମ ବିଦ୍ୟାଳୟ ବଚପନ୍ ଓ ବିଦ୍ୟା ଇ-ଟେକ୍‌ନୋ ସ୍କୁଲର ଖ୍ରୀଷ୍ଟମାସ ସମ୍ଭାର ସୋମବାର ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଆନୁଷ୍ଠାନିକ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଛତ୍ରପୁର ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ । ଶେଷରେ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟମ ପରିବେଷଣ କରିଥିବା ଭିନ୍ନକ୍ଷମ, ବୃଦ୍ଧବୃଦ୍ଧାଙ୍କୁ ପୁରସ୍କାର ସହ ଶୀତବସ୍ତ୍ର ପରିଧାନ ନିମିତ୍ତ ଚାଦର ପ୍ରଦାନ କରାଯାଇଥିଲା । ଭରତୀୟ ତଟରକ୍ଷା ବାହିନୀର କମାଣ୍ଡେଣ୍ଟ ବିକ୍ରମ ପାୱାଲ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ ଏବଂ ତଟରକ୍ଷା ବାହିନୀର ଅତିରିକ୍ତ କମାଣ୍ଡେଣ୍ଟ ଧନଞ୍ଜୟ ମିଶ୍ରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଏହି ବିଦ୍ୟାଳୟର ଖ୍ରୀଷ୍ଟମାସ ପାଳନ ଅବସରରେ ଗରିବ, ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ପିଲାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମରେ ଅଂଶଗ୍ରହଣର ସୁଯୋଗ ଦେଇଥିବା ସାଂଗକୁ ସେମାନଙ୍କୁ ଅନ୍ନ-ଭୋଜନ ଓ ବସ୍ତ୍ର ପରିଧାନ ଚାଦର ଦାନ କରି ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିବା ହେତୁ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ସମର୍ଥ ଭିନ୍ନକ୍ଷମ ବିଦ୍ୟାଳୟର ଅଧ୍ୟକ୍ଷ କେ. ଆନନ୍ଦ ରାଓ, ସମାଜସେବୀ କ୍ରିଷ୍ଣା ପ୍ରଭାକର ରାଓ, ଲୋକସେବା ମଣ୍ଡଳ ତଥା “ସମାଜ” ପ୍ରତିଷ୍ଠାନର ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନା ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି ଅନୁଷ୍ଠାନର ଭୂୟସୀ ପ୍ରଶଂସା କରିଥିଲେ । ବିଦ୍ୟା ଚାରିଟେବୁଲ ଟ୍ରଷ୍ଟର ଦିଲୀପ ପଟ୍ଟନାୟକ, ଶ୍ରୀମତୀ ମମତା ପଟ୍ଟନାୟକ, ବଚପନ୍ ଓ ବିଦ୍ୟା ଇ-ଟେକ୍‌ନୋ ସ୍କୁଲର ନିର୍ଦ୍ଦେଶକ ସଙ୍ଗୀତା ଶର୍ମା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ସଞ୍ଜୀବ କୁମାର ଦାସ କାର୍ଯ୍ୟକ୍ରମର ସଂଯୋଜନା ଓ ପରିଚାଳନା କରିବା ସାଂଗକୁ ଶେଷରେ ଧନ୍ୟବାଦ୍ ଦେଇଥିଲେ ।

yuvodaya
Leave A Reply

Your email address will not be published.