oom

ପାଟଣାଗଡ଼ ପାର୍ସଲବୋମା ଘଟଣାରେ ଅରୁଣ ବୋଥ୍ରାଙ୍କ ସାକ୍ଷ ପ୍ରଦାନ

jsmm

ପାଟଣାଗଡ଼, (ଅଶୋକ କୁମାର ବାଗ) : ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ଘଟଣାର କେସ୍‌ କୋର୍ଟରେ ଚାଲିଥିବା ବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଇଥିବା ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗିର ଜେଲରେ ରଖାଯାଇଛି । କେସ୍‌ର ପୂର୍ବରୁ ୫୯ ଜଣ ସାକ୍ଷୀଙ୍କ ସାକ୍ଷ ଗ୍ରହଣ ସରିଯାଇଥିବା ବେଳେ ଗତ ସେପ୍ଟେମ୍ବର ୩ ତାରିଖରେ ପାଟଣାଗଡ଼ କୋର୍ଟରେ ସାକ୍ଷ ପ୍ରଦାନ କରିଥିଲେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା । ତାଙ୍କର ସାକ୍ଷ ପ୍ରଦାନ କରିଥିବା ବେଳେ ପ୍ରତିପକ୍ଷ ପୁଞ୍ଜିଲାଲଙ୍କ ଓକିଲ ପ୍ରମୋଦ ମିଶ୍ର ସମୟ ଅଭାବରୁ ଅରୁଣ ବୋଥ୍ରାଙ୍କୁ ଜେରା କରିପାରିନଥିବା ମାନ୍ୟବର କୋର୍ଟଙ୍କୁ ଜଣାଇବା ପରେ ମାନ୍ୟବର କୋର୍ଟ ଦ୍ଵିତୀୟ ଥର ପାଇଁ ଅରୁଣ ବୋଥ୍ରାଙ୍କୁ ସାକ୍ଷ ପ୍ରଦାନ ପାଇଁ ନୋଟିସ କରିଥିଲେ । ଆଜି କୋର୍ଟରେ ବମ୍‌ ତିଆରି କରିଥିବା ଡେମୋଗ୍ରାଫିର ଭିଡିଓ ପ୍ରଦର୍ଶନ କରାଯିବା ପରେ ମାନ୍ୟବର କୋର୍ଟ ଅରୁଣ ବୋଥ୍ରାଙ୍କ ସାକ୍ଷ ଗ୍ରହଣ କରିଥିଲେ । ଗତ ୨୩/୨/୨୦୧୮ରେ ଲୋମହର୍ଷଣକାରୀ ପାର୍ସଲ ବୋମା ଘଟଣା ଘଟିଥିବା ବେଳେ ଘଟଣାରେ ସୌମ୍ୟଶେଖର ଓ ତାଙ୍କ ଜେଜେମା ଜେମାମଣିଙ୍କ ମୃତ୍ୟୁ ଘଟିଥିଲା ଓ ସୌମ୍ୟଶେଖରଙ୍କ ସ୍ତ୍ରୀ ରିମାରାଣୀ ଗୁରୁତର ଆଘାତ ପାଇଥିଲେ ।

jittmm
Leave A Reply

Your email address will not be published.