csstore

ଆଗଲପୁର ବ୍ଲକରେ ଭୀମଭୋଇ ଭୀନ୍ନକ୍ଷମ ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜିଳୀ ଦାଶ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ନିରୁପମା ପଧାନ, ତହସିଲଦାର ଚଇନୁ ଗଣ୍ଡ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନ ହୋତା, ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଳଦୀପ ମହାନ୍ତି, ବିଧାୟକ ପ୍ରତିନିଧି ପିତାମ୍ବର କଣ୍ଟା ପ୍ରମୁଖ ଯୋଗ ଦେଇଥିଲେ । ସର୍ବପ୍ରଥମେ ଅତିଥି ମାନେ ଦୀପ ପ୍ରଜ୍ୱଳନ କରି ଶିବିରକୁ ଉଦ୍‌ଘାଟନ କରିଥିଲେ । ଉକ୍ତ ଶିବିରରେ ବଲାଙ୍ଗିର ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ସହଯୋଗରେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସୁଶାନ୍ତ ମହାକୁରଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବିଭିନ୍ନ ବିଭାଗରୁ ଡାକ୍ତର ଆସି ଭିନ୍ନକ୍ଷମ ମାନଙ୍କୁ ଚିକିତ୍ସା କରିଥିଲେ । ମୋଟ ୨୧ ଗୋଟି ବିଭାଗ ଉପରେ ଶିବିରଟି ଅନୁଷ୍ଠିତ ହୋଇଥିବା ବେଳେ ବହୁ ସଂଖ୍ୟାରେ ଭିନ୍ନକ୍ଷମମାନେ ଉପସ୍ଥିତ ରହି ନାମ ପଞ୍ଜିକରଣ କରି ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ଏହାବାଦ ୧୭୬୩ ଅନଲାଇନ ପଞ୍ଜିକରଣ ହୋଇଥିବା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସୂଚନାରୁ ପ୍ରକାଶ । ବିଭିନ୍ନ ବିଭାଗର ସହଯୋଗ କେନ୍ଦ୍ରମାନ ଖୋଲାଯାଇ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ପଞ୍ଜିକରଣ ତଥା ଡାକ୍ତରଙ୍କ ପରାମର୍ଶ ନେବାପାଇଁ ସୁବିଧା ସୁଯୋଗ ଉପଲବ୍ଧ କରାଯାଇଥିଲା । ମୋଟ ୪ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ହ୍ୱିଲ ଚେୟାର ମଧ୍ୟ ବଣ୍ଟନ କରାଯାଇ ଥିବା ସୂଚନା ମିଳିଛି । ଏହିପରି ଭାବେ ଶିବିରଟି ଅତି ସୁନ୍ଦର ଓ ସୂଚାରୁ ରୂପେ ପରିଚାଳିତ ହୋଇଥିଲା ।

jayashree
Leave A Reply

Your email address will not be published.