ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ନରସିଂହ ମନ୍ଦିର ପରିସରରେ ବ୍ରାହ୍ମଣ ମହାସଭାର ବୈଠକ ସଭାପତି ଧନଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ବ୍ରାହ୍ମଣ ମହାସଭାର ବରିଷ୍ଠ ସଭ୍ୟ ସ୍ୱର୍ଗତ ଅର୍ନ୍ତଜ୍ୟାମି ପାଣିଗ୍ରାହୀଙ୍କ ସ୍ୱର୍ଗବାସ ହେତୁ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସଂପାଦକ ଆଇନଜୀବୀ ଜୟରାମ ମିଶ୍ର ଗତ ବୈଠକର ବିବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ପର୍ଶୁରାମ ନାୟକ ଆୟବ୍ୟୟର ହିସାବ ଉପସ୍ଥାପନ କରିଥିଲେ । ସଭାପତି ଧନଞ୍ଜୟ ମିଶ୍ର ତାଙ୍କ ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ସଭାପତି ପଦରୁ ତାଙ୍କର ଇସ୍ଥାଫା ପତ୍ର ଦେଇଥିବା ସଂପାଦକ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ସଭାରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ପରେ ସର୍ବ ସମ୍ମତ୍ତି କ୍ରମେ ନିଷ୍ପତ୍ତି ନିଆଯାଇ ସଭାପତିଙ୍କ ଇସ୍ଥାଫା ପତ୍ର ଗ୍ରହଣ କରାଗଲା । ଉପସଭାପତି ଗୋପବନ୍ଧୁ ପୁରୋହିତ ବର୍ତ୍ତମାନ କମିଟିର କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ଭାରପ୍ରାପ୍ତ ସଭାପତି ରୂପେ ବ୍ରାହ୍ମଣ ମହାସଭାର କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ନିଷ୍ପତ୍ତି ନିଆଗଲା ଏବଂ ସଂପାଦକ ମହୋଦୟଙ୍କୁ ସାଧାରଣ ସଭା ଡାକିବା ପାଇଁ ଅନୁରୋଧ କରାଗଲା । ଗୋପବନ୍ଧୁ ପୁରୋହିତ ସଭାପତି ଦାୟିତ୍ୱ ସୁଚାରୁ ରୂପେ କାର୍ଯ୍ୟ ସଂପାଦନ କରିବା ପାଇଁ ସଭାରେ ସ୍ୱୀକୃତି ପ୍ରଦାନ ପୂର୍ବକ ସଭା ସାଙ୍ଗ କରିଥିଲେ । ଉପରୋକ୍ତ ସଭାରେ ଜିଲ୍ଲା ବ୍ରାହ୍ମଣ ମହାସଭାରେ ସମସ୍ତ କର୍ମକର୍ତ୍ତା କାର୍ଯ୍ୟକାରି ସଭ୍ୟ ସମେତ ଶତାଧିକ ସଭ୍ୟ ଉପସ୍ଥିତ ଥିଲେ ।