ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ସଂଘ ତରଫରୁ ବ୍ଲକ ସଭାପତି ଚେରୁ ବରିହାଙ୍କ ସଭାପତିତ୍ୱରେ ପାଇକମାଲ ବ୍ଲକ ଭେଙ୍ଗରାଜପୁରୁ ଗ୍ରାମ ପଞ୍ଚାୟତ ପିପଲପାଲି ଠାରେ ପାଇକମାଲ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତ ସଭାପତି ସମ୍ପାଦକ ସଭାନେତ୍ରୀ ଓ ସଂପାଦିକା ମାନଙ୍କୁ ନେଇ ଆସନ୍ତା ୩୧ ତାରିଖ ସହୀଦ ବୀର ମାଧୋ ସିଂଙ୍କ ୧୬୭ତମ ଫାଶୀ ଦିବସ ସ୍ମୃତି ଉଦ୍ଦେଶ୍ୟରେ ବୀରତା ଦିବସ ଘେଁସ ଗ୍ରାମରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ସଂଘର ପ୍ରତିଷ୍ଠାତା ଗୋବର୍ଦ୍ଧନ ଭୋଏ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଜିଲ୍ଲା ସଭାପତି ଗୋବିନ୍ଦ ବରିହା ଯୋଗଦାନ କରିଥିଲେ । ପାଇକମାଲ ବ୍ଲକର ବଳରାମ ବରିହା, ସତ୍ୟାନନ୍ଦ ବୁଡେକ, ନିଲେଶ୍ୱର ଭୁଏ, ଯଦୁମଣି ଭୁଏ, ଉପେନ୍ଦ୍ର ଭୋଇ, ଶଙ୍କର ବରିହା, ସତ୍ୟ କୁମାର ଜାନି, ସରୋଜ ମିର୍ଦ୍ଧା, ଯୁଗେଶ୍ୱର ବରିହା, ଲମ୍ବୋଦର ବରିହା, ରମେଶ ବରିହା, ସୁରେନ୍ଦ୍ର ବରିହା ଓ ନାରୀ ନେତ୍ରୀ ସିଲା ବରିହା ଏବଂ ପାଇକମାଲ ବ୍ଲକର ୨୨ଟି ଗ୍ରାମ ପଞ୍ଚାୟତର ମହିଳା ଓ ପୁରୁଷ ମାନେ ବହୁତ ସଂଖ୍ୟାରେ ଯୋଗଦାନ କରିଥିଲେ ।