jayashree

ଜାତୀୟ ସ୍ତରୀୟ ପରବ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ନୂତନ ପରବ ପଡ଼ିଆରେ ଜାତୀୟ ସ୍ତରୀୟ ଲୋକ ମହୋତ୍ସବ ପରବ ଉଦ୍‌ଘାଟିତ ହୋଇଯାଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଯୋଗଦେଇ ଆଜି ଜିଲ୍ଲା ପାଇଁ ଖୁସିର ଦିନ ବୋଲି ପ୍ରକାଶ କରିବା ସହ ଚଳିତ ବର୍ଷ ପରବ ୫ ଦିନ ଚାଲିବ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ତ୍ରୈମାସିକ ପତ୍ରିକା ଉନ୍ମୋଚନ କରାଯାଇଥିଲା । ସେହିପରି କଫି ମୋବାଇଲ ଆପ୍‌ ଓ ପରବ ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ମିଲେଟ୍‌ ରାଣୀ ରାଇମତି ଘେଉରିଆଙ୍କୁ ପରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସହିଦ ଲକ୍ଷ୍ମଣ ନାୟକଙ୍କ ବଂଶଜ ମଧୁ ନାୟକଙ୍କୁ ପରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କୋରାପୁଟ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ମତବ୍ୟକ୍ତ କରିଥିଲେ । ୫ ବର୍ଷରେ ଦେଢ଼ଲକ୍ଷ ସରକାରୀ ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି । ମାର୍ଚ୍ଚ ମାସ ସୁଦ୍ଧା ନିର୍ମାଣଧିନ ସହୀଦ ଲକ୍ଷ୍ମଣ ନାୟକ ଅଧ୍ୟାପନା ମେଡ଼ିକାଲ କଲେଜ ଓ ହସପିଟାଲ ଉଦ୍‌ଘାଟନ କରାଯିବ ବୋଲି ବାର୍ତ୍ତା ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡିଶା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କୋରାପୁଟ ବିଧାୟକ ରଘୁରାମ ମାଛ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କଡାମ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା, କୋଟପାଡ଼ ବିଧାୟକ ରୂପ ବାତ୍ରା, କୋରାପୁଟ ଏସ୍‌ପି ରୋହିତ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଆଲୋମଣି ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.