csstore

ଜାତୀୟ ସବ୍‌ ଜୁନିୟର କରାଟେ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା କରାଟେ ସଂଘ ଅଂଶଗ୍ରହଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଡାଲକୋଟରା ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଉପ କନିଷ୍ଠ କରାଟେ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାରୁ ୪ଜଣ କରାଟେକା ଅଂଶ ଗ୍ରହଣ କରିବେ । ଏହି ପ୍ରତିଯୋଗିତା ଡିସେମ୍ବର ୧୪ ଓ ୧୫ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ । ବଲାଙ୍ଗିର କରାଟେ ସ୍କୁଲରୁ କ୍ରେୟାଂଶ ଲେଙ୍କା, ଆନନ୍ଦିତା ସାହୁ, ଲୋକେଶ ନାଗ ଓ ଟିଟିଲାଗଡରୁ ଅଂଶୁମାନ ପୃଷ୍ଟି ଭାଗ ନେବେ । ଦଳ ସହିତ ଜିଲ୍ଲା ସଂପାଦକ ହୃଦୟ ଶବର ଓ ଉପସଭାପତି ସୁରେଶ ଚନ୍ଦ୍ର ଜାଲ ଦିଲ୍ଲୀ ଯାତ୍ରା କରିଥିବା ବେଳେ ବଲାଙ୍ଗିର ଜିଲ୍ଲା କରାଟେ ସଂଘର ସଭାପତି ଦେବଦତ୍ତ ବେହେରା, ଉମେଶ ନନ୍ଦ, ଉପଦେଷ୍ଟା ମାନୁଏଲ ନାଗ, ସହ ସଂପାଦକ ସରୋଜକାନ୍ତ ବେହେରା, କୋଷାଧ୍ୟକ୍ଷ ଗୋପାଳ ଦୀପ, ସଚ୍ଚିଦାନନ୍ଦ ବାଗ, କରାଟେ ପ୍ରଶିକ୍ଷକ ଚନ୍ଦ୍ର ଶେଖର ସେଠ ଓ ଅଭିଭାବକମାନେ ଅଭିନନ୍ଦନ ଜଣାଇଛନ୍ତି ।

jayashree
Leave A Reply

Your email address will not be published.