jayashree

ବଲାଙ୍ଗିର ତହସିଲ କର୍ମଚାରୀ ଓ ଓକିଲ ମୁହାଁମୁହିଁ : ଥାନାରେ ମାମଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାଉନ ଥାନାର ଦ୍ୱାରସ୍ଥ ହେଲେ ବଲାଙ୍ଗିର ତହସିଲ କର୍ମଚାରୀ । ଆଜି ଦିନ ପ୍ରାୟ ୧ ଟା ସମୟରେ ତହସିଲ ଅଫିସର କିରାଣୀ ମାନଙ୍କୁ ଦୁଇଜଣ ଓକିଲ ଦୁର୍ବ୍ୟବହାର କରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଦୁଇଜଣ ଓକିଲଙ୍କ ନାଁରେ ଟାଉନ ଥାନାରେ ତହସିଲ କର୍ମଚାରୀ ଲିଖିତ ଅଭିଯୋଗ କରିଛନ୍ତି । ଏହା ସହିତ ଜିଲ୍ଲାପାଳଙ୍କୁ ମଧ୍ୟ ଏନେଇ ଲିଖିତ ଭାବେ ତହସିଲ କର୍ମଚାରୀ ଜଣାଇଛନ୍ତି । ଏକ ସାର୍ଟିଫାଏଡ୍‌ କପି ପାଇଁ ଆବେଦନ କରିଥିଲେ ଓକିଲ ଜଣକ । ତାହା ମିଳିନଥିବାରୁ ମୁଖ୍ୟ କିରାଣୀଙ୍କ ସହ ବଚସା ପରେ ଝଗଡା ହୋଇଥିବା ଜଣାପଡିଛି । ସେପଟେ ତହସିଲ କର୍ମଚାରୀଙ୍କ ନାଁରେ ପାଲଟା ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଓକିଲ ମାନେ । ଓକିଲଙ୍କ ସମର୍ଥନରେ ବାହାରିଛି ଜିଲ୍ଲା ଓକିଲ ସଂଘ । ଏବେ ବିବାଦ ଘନେଇବା ଆଶଂକା କରାଯାଉଛି ।

Leave A Reply

Your email address will not be published.