ରାୟଗଡ଼ା, ( ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା ଜେକେପୁର ସ୍ଥିତ ଜେକେ କାଗଜ କଳର ପ୍ରତିଷ୍ଠାତା ଲାଲା କମଲାପତ ଜି ସିଂଘାଣିଆଙ୍କ ୧୪୦ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କମ୍ପାନୀ ପରିସରରେ ଥିବା ଲାଲା କମଲାପତ ଜି ସିଂଘାଣିଆଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥିମାନେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସଭାକାର୍ଯ୍ୟ ପ୍ରାରମ୍ଭରେ ସନ୍ଦୀପ ପାଣ୍ଡେ, ମହାପ୍ରବନ୍ଧକ (ମାନବ ସମ୍ବଳ ବିକାଶ) ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଜେକେ କାଗଜ କଳର ମୁଖ୍ୟ ବିନୟ ଦ୍ଵିବେଦୀ, କାର୍ଯ୍ୟନିର୍ବାହୀ ଉପସଭାପତି (କାର୍ମିକ) ସଭାରେ ସଭାପତିତ୍ଵ କରି ବାର୍ଷିକ ବିବରଣୀ ପାଠ କରିଥିଲେ । କାଗଜକଳରୁ ପ୍ରସ୍ତୁତ କାଗଜ ଆଜି ଦେଶ ବିଦେଶରେ ଗ୍ରାହକମାନଙ୍କ ଦ୍ୱାରା ଆଦୃତ ଲାଭ କରିଛି ବୋଲି ପ୍ରକାଶ କରିବା ସହ କମ୍ପାନୀ ଆହୁରି ଅଗ୍ରଗତି କରୁ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ ରାଘବେନ୍ଦ୍ର ହେବର ଓ ପଦାଧିକାରୀ, ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ଲୋକ ପ୍ରତିନିଧିମାନେ ଓ ଅନ୍ୟାନ୍ୟ ଅତିଥି ବୃନ୍ଦ ଯୋଗଦେଇଥିଲେ । ନିରନ୍ତର ଭାବେ ୨୫ ବର୍ଷ ପୂର୍ତ୍ତି କରି ଥିବା ୩ ଜଣ କର୍ମଚାରୀଙ୍କୁ ରୂପା ଥାଳି ଓ ଉପଢୌକନ ଦେଇ ମୁଖ୍ୟ ଅତିଥି ସମ୍ମାନୀତ କରିଥିଲେ । ସଭା କାର୍ଯ୍ୟ ସମାପନରେ ବିଶ୍ୱଜିତ୍ ଦ୍ଵିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଏଲ୍ପିଏସ୍ ସ୍କୁଲ ଓ ଏଲ୍ଏସ୍ ହାଇସ୍କୁଲର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ମିଲନ ଲେଙ୍କା ଲୋକ ସମ୍ପର୍କ ଅଧିକାରୀ କାର୍ଯ୍ୟକ୍ରମର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ ।
Next Post