csstore

ଗଣ୍ଡାବଜା ତରଫରୁ ମାନବିକ ଅଧିକାର ଦିବସ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗଣ୍ଡାବଜା ପରିବାର ତରଫରୁ ପି.ପି.ଏକାଡେମୀ ସଭାଗୃହରେ ମାନବିକ ଅଧିକାରୀ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସମ୍ବିଧାନ ହିଁ ମାନବ ଅଧିକାରର ସୁରକ୍ଷା କବଚ ବିଷୟକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରଫେସର ଡକ୍ଟର ବିଜୟାନନ୍ଦ ବେହେରା ଅଧ୍ୟକ୍ଷ ଡିମ୍‌ ଲଜପଥ ରାୟ ଆଇନ ମହାବିଦ୍ୟାଳୟ ସମ୍ବଲପୁର, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର, ବରିଷ୍ଠ ରାଜନେତା ପାଣ୍ଡବ କୁମ୍ଭାର, ଶିକ୍ଷକ ନେତା ବାସୁଦେବ ମୁଗ୍ରୀ, ସାମାଜିକ କର୍ମୀ ତଥା ବ୍ୟାଙ୍କ ଅଫିସର ତ୍ରିନାଥ ନାଗ ଏବଂ ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ବାଦିକା ଗାର୍ଗୀ ଶତପଥି ଯୋଗଦାନ କରିଥିଲେ । ପ୍ରତି ମୁହୁର୍ତ୍ତରେ ମାନବିକ ଅଧିକାର ସବୁ କ୍ଷେତ୍ରରେ, ସବୁ ବର୍ଗରେ ଉଲଙ୍ଘନ ହେଉଥିବା ଚର୍ଚ୍ଚା ହୋଇଥିଲେ । ଏହି ଅବସରରେ ଶିକ୍ଷାର ଅଧିକାର ପାଇଁ ଡଃ. ପ୍ରଦୀପ କୁମାର ଷଡଙ୍ଗୀ, ମାନବ ଅଧିକାର ପାଇଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ମାନବିକ ଅଧିକାର କର୍ମୀ ଭାବରେ ନିଳମଣି ଯୋଷୀ, ସତ୍ୟ ବନଛୋର, ବାଲି ଚରଣ ବାରିକ, ଦେବାଶିଷ ବାବୁ, ଏସ୍‌. ସୁଜାତା, ମାଧୁରି ମୋହନ, ରମଣି ଦୁରିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଆଲୋଚନା ଚକ୍ରରେ ଜିଲ୍ଲାର ଶତାଧିକ ବୁଦ୍ଧିଜୀବୀ ଯୋଗ ଦେଇଥିବା ବେଳେ ସାମ୍ବାଦିକ କୁନା ବାଗ ମଂଚ ପରିଚାଳନା କରିଥିଲେ । ଗଣ୍ଡାବଜା ସଂପାଦକ ତ୍ରିଲୋଚନ ନନ୍ଦ ସଭାପତିତ୍ୱ କରିଥିଲେ ।

jayashree
Leave A Reply

Your email address will not be published.