oom

ପୁରୁଷୋତ୍ତମପୁର ବ୍ଲକ୍ ରାଇପୁରଠାରେ ବିଶ୍ୱ ମାନବ ଅଧିକାର ଦିବସ ପାଳିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ରାଇପୁର ପଞ୍ଚାୟତରେ ବିଶ୍ୱ ମାନବ ଅଧିକାର ଦିବସ ଖୁବ୍ ନିଆର ଢଙ୍ଗରେ ପାଳିତ ହୋଇଯାଇଛି । ଗ୍ରାମବାସୀ ଓ ପଞ୍ଚାୟତ ଅଫିସ୍ ସୌଜନ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମାନବ ଅଧିକାର ମିଶନ ରାଜ୍ୟ ସଭାପତି ଦିଲ୍ଲିପ ଧଳ, ସମ୍ମାନୀତ ଅତିଥିଭାବେ ରାଜ୍ୟ ସଭାପତି ମହିଳା ଶାଖାର ଶ୍ରୀମତୀ ଆରତୀ ମଙ୍ଗରାଜ ମାନବାଧିକାର ମିଶନ୍‌ର ଜିଲ୍ଲା ସଭାପତି ଲୋକନାଥ ତ୍ରିପାଠୀ ,ଉପସଭାପତି ଅଶୋକ ବିଶ୍ଵାଳ, ସାଧାରଣ ସମ୍ପାଦକ ବିଜୟ କୁମାର ତ୍ରିପାଠୀ, ସମ୍ପାଦକ ଶିବ ଶଙ୍କର ବେହେରା, ସମାଜସେବୀ ବାପୁଜୀ ରଣା, ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ରହି ମାନବ ଅଧିକାର ଦିବସ ଉପଲକ୍ଷେ ସମସ୍ତ ଜନ ସାଧାରଣଙ୍କୁ ଅତିଥି ବୃନ୍ଦ ମୌଳିକ ଅଧିକାରରୁ କିପରି ବଞ୍ଚିତ ନହେବେ ତଥା ମାନବ ଅଧିକାର ସର୍ବୋଚ୍ଚ ନ୍ୟାୟ ତଥା ସଭିଙ୍କ ଅଧିକାର ବୋଲି ମତବ୍ୟକ୍ତ କରିଥିଲେ । ମାନବ ଅଧିକାର ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇବା ସହ କହିଥିଲେ ଯେ, ଯେଉଁ ଠାରେ ଆପଣଙ୍କ ପ୍ରତି ଅନ୍ୟାୟ ଓ ଅତ୍ୟାଚାର ଏବଂ ଅବିଚାର, ଅସଦଆଚରଣ ହେଉଛି । ସେ ଠାରେ ଆମକୁ ଲିଖିତ ଭାବରେ ଜଣାଇ ପାରିବେ କିମ୍ଵା ଆଇନର ଆଶ୍ରୟ ନେବାକୁ ସଚେତନତା କରଯାଇଛି । କେବେ ବି ଆଇନକୁ ହାତକୁ ନନେବା ପାଇଁ ଅତିଥି ବୃନ୍ଦ ପରାମର୍ଶ ଦେବା ସାଂଗକୁ ଅନେକ ଆଇନ ଉପରେ ଅତିଥିଗଣ ସଚେତନତା କରିଥିଲେ ।

jittmm
Leave A Reply

Your email address will not be published.