- ସମ୍ମାନିତ ହେବେ ଚିନ୍ମୟୀ ଷଡ଼ଙ୍ଗୀ, ଡ଼ଃ ସମର ମୁଦାଲି, ଦୀପନ୍ୱିତ ଦାଶ ମହାପାତ୍ର ଓ ପ୍ରଶାନ୍ତ ସେଠୀ
ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ଅଗ୍ରଣୀ ନାଟକ ତଥା ସାମାଜିକ ସାଂସ୍କୃତିକ ଅନୁଷ୍ଠାନ କସ୍ତୁରୀର ସାଂସ୍କୃତିକ ମହୋତ୍ସବ ଆସନ୍ତା ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ ବୋଲି ସେକ୍ଟର ୭ ଇସ୍ପାତ ସାହିତ୍ୟ ସଂସଦ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । କସ୍ତୁରୀ ତରଫରୁ ସାଧାରଣ ସମ୍ପାଦକ ରାଧାଶ୍ୟାମ ମହାନ୍ତି, ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ବଳ, ଆମେ ସବୁ ମେଣ୍ଢାର ନାଟକର ନିର୍ଦ୍ଦେଶକ ଅଶୋକ କର ଓ ସଦସ୍ୟ ଗୌରାଙ୍ଗ ଦଳାଇ ପ୍ରମୁଖ ଏହି ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ କସ୍ତୁରୀର ସାଂସ୍କୃତିକ ମହୋତ୍ସବ ଆସନ୍ତା ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସୂଚନା ଅନୁଯାୟୀ ୧୩ ତାରିଖ ଦିନ ସ୍ମରଣିକା ‘ଚାଲ ଶାନ୍ତି କିଣିବା’ର ଉନ୍ମୋଚନ, ସାମାଜିକ ଚେତନାଧର୍ମୀ କାର୍ଯ୍ୟକ୍ରମ – ଦୁର୍ଘଟଣା, ମୋର କଣ ଭୁଲ ଥିଲା ?, ମୁକ ବଧିର ବିଦ୍ୟାଳୟ, ରାଧାକୃଷ୍ଣ ଦୃଷ୍ଟିହୀନ ବିଦ୍ୟାଳୟ, ମୁଣ୍ଡାରୀ ଯୁବକ ସଂଘ ତରଫରୁ ଦୁର୍ଘଟଣା ମୁକ୍ତ ଭାରତ ବିଷୟରେ କ୍ଷୁଦ୍ର ନାଟକ ଓ ନୃତ୍ୟ ନାଟିକା ମଞ୍ଚସ୍ଥ କରିବେ । ୧୪ ତାରିଖ ଦିନ ଆୟୁଶ୍ରୀ ସାମଲଙ୍କ ଦ୍ୱାରା ଦେବଦାସୀ ନୃତ୍ୟ ପରିବେଷଣ, ସମାଜସେବୀ ପ୍ରଶାନ୍ତ କୁମାର ସେଠୀଙ୍କୁ ସ୍ୱତନ୍ତ୍ର ପୁରସ୍କାର ଓ ଶ୍ରଦ୍ଧା, ଭିନ୍ନକ୍ଷମ ଅଭିଭାବକ ସଂଘ, ମାରଙ୍ଗବୁରୁ ସାଂସ୍କୃତିକ ସଂଘ ତରଫରୁ ଦୁର୍ଘଟଣା ମୁକ୍ତ ଭାରତ ନାଟକ, ନୃତ୍ୟ ନାଟିକା ମଞ୍ଚସ୍ଥ ହେବ । ୧୫ ତାରିଖ ଦିନ ନାଟ୍ୟକାର ଡ଼ଃ ପ୍ରଦୀପ ଭୌମିକ ଓ ନିର୍ଦ୍ଦେଶକ ଅଶୋକ କୁମାର କରଙ୍କ ନିର୍ଦ୍ଦେଶିତ ନାଟକ ଆମେ ସବୁ ମେଣ୍ଢା ମଞ୍ଚସ୍ଥ କରାଯିବ । ଏହି ଅବସରରେ ନାଟକ, କଳା ଓ ସାହିତ୍ୟ ପ୍ରତି ସମର୍ପିତ ଚିନ୍ମୟୀ ଷଡ଼ଙ୍ଗୀ, ଦୀପନ୍ୱିତ ଦାସମହାପାତ୍ର, ଡ. ସମର ମୁଦାଲି ପ୍ରମୁଖଙ୍କୁ କସ୍ତୁରୀ ସମ୍ମାନ ୨୦୨୪ରେ ସମ୍ମାନିତ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରଜତ ସାହୁ, କାର୍ତ୍ତିକ ପାଣ୍ଡବ, ସରୋଜ ମହାନ୍ତି, ମିନସୀ ଦେ, ନିକିତା ଷଡ଼ଙ୍ଗୀ, ପ୍ରିୟଦର୍ଶନୀ ଜେନା, ପାଣ୍ଡବ ମଲ୍ଲିକ, ଚନ୍ଦନ ମାହାନ୍ତ, ନିରଞ୍ଜନ ଭଟ୍ଟ, ରଞ୍ଜିତ ସାହୁ, ସୁଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସଦସ୍ୟ ଶ୍ରୀ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ ।