ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ୨ ଶିଶୁ ସମେତ ୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଶୁକ୍ରବାର ରାତି ୧୦ଟା ସମୟରେ ଖପ୍ରାଖୋଲ ପୋଲିସ ପେଟ୍ରୋଲିଙ୍ଗ ବେଳେ ଧଣ୍ଡାମୁଣ୍ଡା ଛକ ନିକଟରେ ଦୁଇଟି ବାଇକରେ ୨ ଶିଶୁ ସମେତ ୪ଜଣ ଦାଦନ ଶ୍ରମିକ ଉଦ୍ଧାର କରିଥିବାବେଳେ ୨ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ ହୋଇଥିବା ଅଭିଯୁକ୍ତ ଲାଠୋର ଥାନା ବେନ୍ଦେର ପଞ୍ଚାୟତ ଭରୁଆମୁଣ୍ଡା ଗ୍ରାମର ଶତୃଘନ ନିଆଲ(୪୪) ଏବଂ ବେଲପଡା ଥାନା କୁମ୍ଭାରଖୁନ ଗ୍ରାମର ଦୁର୍ଯ୍ୟୋଧନ ହଂସ (୨୫) ବୋଲି ସୂଚନା ମିଳିଛି । ଶ୍ରମିକ ମାନଙ୍କୁ ବେଆଇନ ଭାବରେ ଚାଲାଣ ହେଉଥିବା ଜାଣି ସମସ୍ତଙ୍କୁ ଉଦ୍ଧାର କରିଥିବା ବେଳେ ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ପାଚେର ଗ୍ରାମର ୩ ଜଣ ପୁରୁଷ ଗୋଟିଏ ମହିଳା ଏବଂ ଦୁଇ ଜଣ ଶିଶୁ ଉଦ୍ଧାର ହୋଇଥିବା ଜଣାପଡିଛି । ଦାଦନ ସର୍ଦ୍ଦାର ସେମାନଙ୍କୁ ତେଲେଙ୍ଗାନା ରାଜ୍ୟ ସ୍ଥିତ ସିକନ୍ଦ୍ରାବାଦକୁ ବେଆଇନ ଭାବେ ଚାଲାଣ କରୁଥିବା ଶ୍ରମିକମାନେ କହିଛନ୍ତି । ଉଦ୍ଧାର ଶ୍ରମିକ ମାନଙ୍କୁ ନିଜ ନିଜ ଘରେ ପୋଲିସ ଛାଡ଼ି ଦେଇଥିବା ବେଳେ ଏନେଇ ଖପ୍ରାଖୋଲ ଥାନା କେସ୍ ନଂ ୨୮୩/୨୦୨୪ରେ ଏକ ମାମଲା ଋଜୁକରି ଅଭିଯୁକ୍ତକୁ ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି ।
Next Post