csstore

ସରକାରୀ ଉଚ୍ଚ ବିଦ୍ୟାଳୟ ଶଗଡାରେ ବାର୍ଷିକ କ୍ରୀଡା ଉତ୍ସବ -୨୦୨୪ ଅନୁଷ୍ଠିତ

ଭବାନୀପାଟଣା, (କେପିଏନ୍‌ଏସ୍‌) : ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଶଗଡାରେ ବାର୍ଷିକ କ୍ରୀଡା ଉତ୍ସବ -୨୦୨୪ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । କ୍ରୀଡା ଉତ୍ସବର ପ୍ରଥମ ଦିନରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ ମୁଖ୍ୟ ଅତିଥି, ଶଗଡା ଗ୍ରାମପଞ୍ଚାୟତର ସରପଞ୍ଚ ଗୋବିନ୍ଦ ନାଏକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଆସନ୍ତ ନାଏକ, ସର୍ଗିଗୁଡା କ୍ଲଷ୍ଟର ସି.ଆର୍‌.ସି.ସି ମହମ୍ମଦ ଜାକିର୍ ସମ୍ମାନିତ ଅତିଥି ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ସାହୁ ସଭାପତି ଭାବରେ ଯୋଗଦେଇ ବାର୍ଷିକ କ୍ରୀଡା ଉତ୍ସବର ଶୁଭ ଉଦ୍‌ଘାଟନ କରିଥିଲେ । ସ୍ଥାନୀୟ ଗ୍ରାମ ଦେବତୀଙ୍କ ପୀଠରୁ ଏକ ମଶାଲ ଶୋଭାଯାତ୍ରା ବାହାରି ବିଦ୍ୟାଳୟ ପରିସରରେ ପହଞ୍ଚିବା ପରେ ପରେ ପୂଜାର୍ଚ୍ଚନା କରାଯାଇ କ୍ରୀଡା ଉତ୍ସବ ଆରମ୍ଭ ହୋଇଥିଲା । ସିନିୟର, ଜୁନିଅର ଓ ସବ ଜୁନିୟର ଗ୍ରୁପରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଦ୍ଵିତୀୟ ଦିବସ ତଥା ଉଦ୍‌ଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୃଙ୍ଖଳା ଓ ଶିଶୁର ସର୍ବାଙ୍ଗୀନ ବିକାଶରେ କ୍ରୀଡାର ବିଶେଷତ୍ଵ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେବା ସହ ବିଦ୍ୟାଳୟ ପକ୍ଷରୁ ଶ୍ରୀଯୁକ୍ତ ଚୋପଦାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଭବାନୀପାଟଣା ଗୋଷ୍ଠି ଶିକ୍ଷା ଅଧିକାରୀ ଆଚାରୀ ଶବର, ପୂର୍ବତନ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ମହେନ୍ଦ୍ର ପଣ୍ଡା, ଜନତା ଉଚ୍ଚ ବିଦ୍ୟାଳୟ ବୋର୍ଡାର ପ୍ରଧାନ ଶିକ୍ଷକ ପ୍ରକାଶ ନିଶାଙ୍କ, ସମାଜସେବୀ ଗୋବର୍ଦ୍ଧନ ଦୋରା, ସି.ଆର୍‌.ସି.ସି ମହମ୍ମଦ ଜାକିର୍ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଜଣେ ଜଣେ ଉତ୍ତମ କ୍ରୀଡାବିତ ଭାବରେ ନିଜକୁ ଗଢି ତୋଳିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ପରେ ପରେ ବିଦ୍ୟାଳୟର ଶ୍ରେଷ୍ଠ କ୍ରୀଡାବିତ୍ ଭାବରେ ବାଳକ ବିଭାଗରୁ ନୀତିନ ନାଏକ ଓ ବାଳିକା ବିଭାଗରୁ ଅନନ୍ତି ମାଝୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଭିନ୍ନ ବିଭାଗରେ କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟଅତିଥି ତଥା ଅନ୍ୟାନ୍ୟ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ସାହୁ ସଭାପତିତ୍ଵ କରିଥିଲେ ଏବଂ ବରିଷ୍ଠ ଶିକ୍ଷକ ଯୁଧିଷ୍ଠିର ମୁଦୁଲି ମଞ୍ଚ ପରିଚାଳନା କରିଥିବା ବେଳେ କ୍ରୀଡା ଶିକ୍ଷକ ସୁନୀଲ କୁମାର ନାୟକ ଓ କିଆପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶୁଭମଜ୍ୟୋତି ରାଉତ ପ୍ରତିଯୋଗିତା ପରିଚାଳନା କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଜୟାପ୍ରଦା ସେଠୀ, ମାନିନୀ ପୁଝାରୀ, ଶୈଳେନ୍ଦ୍ର କୁମାର ବାବୁ, ସରୋଜ କୁମାର ରାଉତ, କୌତୁକ ରଣା, ସୁଜାତା ପଟ୍ଟନାୟକ, ଜ୍ୟୋତ୍ସ୍ନାରାଣୀ ସାହୁ, ମଧୁସ୍ମିତା ପଣ୍ଡା, ବିଭୀଷଣ ନାଗ, ଗଜେନ୍ଦ୍ର ମାଝୀ, ସ୍ନିଗ୍ଧା ବୁଦ୍ଧିଆ, ରାଧା ସ୍ଵାଇଁ, ମନୀଷା ମାଝୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.