jayashree

ଗନ୍ଧମାର୍ଦ୍ଦନ ବଚାଓ ଦାବୀରେ ଚାଲିଥିବା ଗଣଧାରଣାରେ ସାମିଲ ହେଲେ ପୂର୍ବତନ ବିଧାୟକ ସରୋଜ ମେହେର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଗନ୍ଧମାର୍ଦ୍ଦନ ପାହାଡର ସ୍ଥାୟୀ ସୁରକ୍ଷା ଦାବୀରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ ଖପ୍ରାଖୋଲ ତହସିଲ ସମ୍ମୁଖରେ ଚାଲିଥିବା ଗଣଧାରଣା ଶୁକ୍ରବାର ୧୨ ଦିନରେ ପହଞ୍ଚିଛି । ଏହି ଅବସରରେ ପାଟଣାଗଡ଼ର ପୂର୍ବତନ ବିଧାୟକ ସରୋଜ କୁମାର ମେହେର ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ବର୍ଷିବା ସହ ଆଗାମୀ ଦିନରେ ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷା ପାଇଁ ଗାଁ ଗାଁରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ଉପାଧ୍ୟକ୍ଷ ସୁଖିରାମ ସାଣ୍ଡ, ଜିଲ୍ଲାପରିଷଦ ସଦସ୍ୟା ସଞ୍ଜୁକ୍ତା ମେହେର , ପ୍ରମିଳା ପାଥର ପ୍ରମୁଖ ସାମିଲ ହୋଇଥିବା ବେଳେ ଆବାହକ ଜୟ ସିଂ ପୂଝାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.