csstore

ତୁଷୁରା ବାଳକ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ବାଳକ ଉଚ୍ଚ ବିଦ୍ୟାଳୟରେ ଚଳିତ ୨୦୨୪-୨୫ ଶିକ୍ଷା ବର୍ଷର ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଭାନୁମତୀ ଛତ୍ରିଆ ଉକ୍ତ କ୍ରୀଡାର ଉଦ୍‌ଘାଟନ କରିଥିଲେ । ବିଦ୍ୟାଳୟର ପୂର୍ବତନ କ୍ରୀଡା ଶିକ୍ଷକ ଦେବେନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ତେନ୍ତୁଳିଖୁଣ୍ଟି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଡାହିମାଲର କ୍ରୀଡା ଶିକ୍ଷକ ଅଭୟ ପ୍ରଧାନ କ୍ରୀଡା ପରିଚାଳନା କରିଥିଲେ । ସହାୟକ ଶିକ୍ଷକ ବାଳକୃଷ୍ଣ ମହାପାତ୍ର କ୍ରୀଡା ସଞ୍ଚାଳନ କରିଥିଲେ । ସହାୟକ ଶିକ୍ଷକ ରମେଶ ପଣ୍ଡା, ପ୍ରଭାତ ହରପାଲ, ମନସ୍ଵିନୀ ସ୍ୱାଇଁ, ଦୀପକ ମହାପାତ୍ର ତଥା ଅନ୍ୟାନ୍ୟ ବିଦ୍ୟାଳୟ କର୍ମକର୍ତ୍ତା ସହଯୋଗ କରିଥିଲେ । ଉକ୍ତ କ୍ରୀଡ଼ାରେ ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଗୋଲା ଫିଙ୍ଗା, ଥଳିଆ ଫିଙ୍ଗା, ୧୦୦, ୨୦୦, ୪୦୦ ମିଟର ଦୌଡ ସହିତ ମ୍ୟୁଜିକ ଚେୟାର, ଚାମଚ୍ ଦୌଡ ପ୍ରଭୃତି ବିଭିନ୍ନ ଖେଳରେ ପ୍ରାୟ ୮୦ ଜଣ କ୍ରୀଡାବିତ୍ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଛନ୍ତି ।

jayashree
Leave A Reply

Your email address will not be published.