jayashree

ଗୁଡଭେଲା ବ୍ଲକ ସ୍ତରୀୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଅନ୍ତର୍ଗତ ୮ଟି କ୍ଲଷ୍ଟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକମାନଙ୍କୁ ନେଇ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଡାହିମାଲ ଠାରେ ସ୍ଥାନୀୟ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗୁଡଭେଲା ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଇଓ ରୁଷିଆ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନ ଶିକ୍ଷକମାନଙ୍କ ଗୁରୁଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ତଥା ଡିଜିଗଭ୍, ୟୁଡାଇସ୍ ପ୍ଲସ୍, ଏଫ୍ଏଲ୍‌ଏନ୍, ଏଚ୍‌ଆର୍‌ଏମ୍‌ଏସ୍‌ ଓ ଆଇ ଗଟ୍ କର୍ମଯୋଗୀ, ଯାଦୁଇ ପିଟାରା ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ, ବିପିନ ବାଗ ଓ ସୁରେନ୍ଦ୍ର ସୁନା ଯୋଗ ଦେଇଥିଲେ । ଦ୍ଵିତୀୟ ଅଧିବେଶନରେ ବିଭିନ୍ନ ବିଦ୍ୟାଳୟର ସମସ୍ୟା ଓ ତାର ଆଶୁ ସମାଧାନ ଉପରେ ଆଲୋଚନା ହୋଇଥିଲା । ସିଆର୍‌ସିସି ଜଗମୋହନ ତ୍ରିପାଠୀ ସଭା ସଞ୍ଚାଳନ କରିଥିଲେ । ଶେଷରେ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ନିଜ ନିଜ ବିଭାଗର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ସମସ୍ତ ସିଆର୍‌ସିସି ସହଯୋଗ କରିଥିଲେ ।

Leave A Reply

Your email address will not be published.