jayashree

ସମ୍ବିଧାନ ପ୍ରଣେତାଙ୍କ ମହାପ୍ରୟାଣ ତିଥିରେ ବିଜେପିର ଗଭୀର ଶ୍ରଦ୍ଧାଞ୍ଜଳି ଓ ନୂତନ କାର୍ଯ୍ୟାଳୟ ଉଦ୍‌ଘାଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଭାରତୀୟ ଜନତା ପାର୍ଟି ଜିଲ୍ଲା ତରଫରୁ ସେକ୍ଟର ୭-୧୭ ଛକ ନିକଟସ୍ଥ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ବିଜେପିର ନେତୃବୃନ୍ଦ ତାଙ୍କ ମହାପ୍ରୟାଣ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ରାଜ୍ୟ ଅନୁସୂଚୀତ ଜାତି ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ତଥା ସଂଯୋଜକ ଭ୍ରମରବର ବେହେରା, ଭାରତ ରତ୍ନ ସମ୍ବିଧାନ ପ୍ରଣେତା ବାବାସାହେବଙ୍କ ସ୍ମୃତିଚାରଣ କରିବା ସହିତ ସେ ଭାରତୀୟଙ୍କୁ ସମ୍ବିଧାନ ମାଧ୍ୟମରେ ସାମାଜିକ, ଅର୍ଥନୈତିକ, ରାଜନୈତିକ ନ୍ୟାୟ ପ୍ରଦାନ କରିଥିବା ପ୍ରକାଶ କରିଥିଲେ । ସେ ଭାବପ୍ରକାଶ ଓ ବିଶ୍ୱାସ, ଧର୍ମ ଆଚରଣରେ ସ୍ଵାଧୀନତା, ସମସ୍ତଙ୍କ ମଧ୍ୟରେ ଜାତୀୟ ଏକତା ଓ ସଂହତିର ଅଭିବୃଦ୍ଧି ବ୍ୟବସ୍ଥା ପ୍ରଦାନ କରିଥିଲେ । ସେ ଏକାଧାରରେ ଜଣେ ସମାଜ ସଂସ୍କାରକ, ଆଇନଜ୍ଞ ଏବଂ ରାଜନେତା ଥିଲେ । ତାଙ୍କର ମାନବ ପ୍ରେମ, ଉଦାର ପୌରୁଷ ପାଇଁ ଚିରଦିନ ସ୍ମରଣୀୟ ହୋଇ ରହିଛନ୍ତି । ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅନୁସୂଚୀତ ମୋର୍ଚ୍ଚା ସଂଯୋଜକ ସୁଶିଲ ସେଠୀ, ଜିଲ୍ଲା ସମ୍ପାଦକ ଅଜୟ କାଂସାରୀ, ବରିଷ୍ଠନେତା ଜିତେନ ମହାନ୍ତି, ମନୋରଞ୍ଜନ ମୁନି, ପଶ୍ଚିମ ମଣ୍ଡଳ ସଭାପତି ସନ୍ତୋଷ ବିରାଟ, ମନୋଜ ପଟ୍ଟନାୟକ, ଗୌତମ ଦୁଙ୍ଗୁରି, ଅନନ୍ତ ଦାସ, ଛୋଟୁ ମହନ୍ତ ପ୍ରଭାସିନୀ ଦୁଂଗୁରୀ, ଗୌତମ ବାଡ଼ା, ନମ୍ରତା ବାଗ, ପ୍ରତିମା ରାଉତ, ଦୁର୍ଗା ପଟ୍ଟନାୟକ, ହେମନ୍ତ ଜେନା, ସନ୍ତୋଷ ରାଉତ, ହିମାଂଶୁ ନାୟକ, ଅକ୍ଷୟ ଜେନାଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ । ସେହିପରି ପାନପୋଷ ସାଙ୍ଗଠନିକ ଜିଲ୍ଲା ବିଜେପିର କାର୍ଯ୍ୟାଳୟ ସେକ୍ଟର ୩ ସ୍ଥିତ ଡି- ୧୪ ଠାରେ ରାଜ୍ୟ ଉପସଭାପତି ସୁକେଶୀ ଓରାମଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ ପୂର୍ବରୁ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ବାସଭବନରେ ବିଜେପିର ଅସ୍ଥାୟୀ କାର୍ଯ୍ୟାଳୟ ଚାଲୁଥିଲା । ଏହି କାର୍ଯ୍ୟକ୍ରମରେ ବିଜେପିର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ ।

Leave A Reply

Your email address will not be published.