ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକ ଅନ୍ତର୍ଗତ ନୂଆଗଡଠାରେ ପ୍ରତିଷ୍ଠିତ ସମ୍ଭବ ବିବିଧ ସାମର୍ଥ୍ୟ ବିଦ୍ୟାଳୟ ପ୍ରତିଷ୍ଠାନରେ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଉପଏକ୍ଷେ ଅନୁଷ୍ଠାନରେ ଥିବା ଭିନ୍ନକ୍ଷମ ପିଲାମାନଙ୍କ ଦ୍ଵାରା ନଗର ପରିକ୍ରମା କରାଯାଇଥିଲା । ପରେ ମିଷ୍ଠାନ ବଣ୍ଟନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥିଭାବେ ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ଲାଲକୃଷ୍ଣ ପ୍ରଧାନ ଯୋଗଦେଇ ଥିବା ବେଳେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୀମାଞ୍ଚଳ ପଟ୍ଟନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଭିନ୍ନକ୍ଷମ ଦିବସ ବିଷୟର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀନିବାସ ପତ୍ର, ତାରାପ୍ରସାଦ ପାତ୍ର, ଅଜୟ କୁମାର ପଟ୍ଟନାୟକ, ଗୋପୀନାଥ ବିଷୋୟୀ, ଈଶ୍ୱର ଚନ୍ଦ୍ର ପୃଷ୍ଟି ଅବସରପ୍ରାପ୍ତ ଶିକ୍ଷକ ଯୋଗଦେଇଥିଲେ । ପୂର୍ବରୁ କରାଯାଇଥିବା କ୍ରୀଡ଼ାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା । ଗୌରାଙ୍ଗ ମହାରଣା କାର୍ଯ୍ୟକ୍ରମକୁ ଉପସ୍ଥାପନ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ନିଶାରାଣୀ ଦେଇ ସଂଯୋଜନା କରିବା ସହିତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।