oom

ଗନ୍ଧମାର୍ଦ୍ଦନ ସୁରକ୍ଷା ଦାବିରେ ଚାଲିଥିବା ଗଣଧାରଣାକୁ ଏଆଇଡିଏସଓ ଏବଂ ଏଆଇଡିୱାଓର ସମର୍ଥନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗନ୍ଧମାର୍ଦ୍ଦନର ସ୍ଥାୟୀ ସୁରକ୍ଷା ଆଇନ ପ୍ରଣୟନ ଦାବିରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ଗତ ନଭେମ୍ବର ୨୫ ତାରିଖରୁ ଗଣଧାରଣା ଚାଲିଛି । ଅଲ ଇଣ୍ଡିଆ ଡେମୋକ୍ରାଟିକ ସ୍ଟୁଡେଣ୍ଟ ଅର୍ଗାନାଇଜେସନ (ଏଆଇଡିଏସଓ) ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ପୂର୍ଣ୍ଣ ସମର୍ଥନ ଜଣାଇ ଗଣଧାରଣାରେ ସାମିଲ ହୋଇଥିଲେ । ରାଜ୍ୟ ସରକାର ଅବିଳମ୍ବେ ଗନ୍ଧମାର୍ଦ୍ଦନର ସ୍ଥାୟୀ ସୁରକ୍ଷା ଆଇନ ପ୍ରଣୟନ କରିବା ଏବଂ ଶ୍ୱେତ ପତ୍ର ଜାରି କରନ୍ତୁ ବୋଲି ସଂଗଠନ ପକ୍ଷରୁ ଦାବି କରିଛନ୍ତି । ଏହି ଗଣଧାରଣାରେ ଜିଲ୍ଲା ସଭାପତି ମଧୁସୁଦନ ବାଗ, ରାଜ୍ୟ ଉପସଭାପତି ସୁନିଲ କୁମାର ଭୋଇ, ଜିଲ୍ଲା କମିଟି ସଭ୍ୟ ମନୋଜ ସାହୁ, କମଳ ସାହୁ, କୃଷ୍ଣ ଭାଟି, ଭୀମ ଏବଂ ଯୁବ ସଂଗଠନ ଏଆଇଡିୱାଓର ଜିଲ୍ଲା ସମ୍ପାଦକ ତାମସ ବେହେରାଙ୍କ ସହ ବହୁ ସଦସ୍ୟ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.