ଚଣାବାହାଲ ଗ୍ରାମରେ ଦୁର୍ବୃତ୍ତଙ୍କ ଧାନଗଦା ପୋଡ଼ି ଘଟଣା : ଜଣେ ଗିରଫ ପରେ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଣାବାହାଲ ଗାଁର ଚାଷୀ ତରଣୀ ସୁନା (୪୫) ଧାନକାଟି ଅମଳ ପାଇଁ ରଖିଥିବା ବେଳେ ଦୁର୍ବୃତ୍ତ ନିଆଁ ଲଗାଇ ଦେବାରୁ ସବୁ ଧାନ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ତରଣୀ ଏ ବିଷୟରେ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୁଲିସ ଚଣାବାହାଲ ଗ୍ରାମର ବେଣୁଧର ବଗର୍ତ୍ତୀ (୬୦) ନାମକ ଜଣେ ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତରଣୀଙ୍କ ଏତଲା ଆଧାରରେ ସେ ପ୍ରତ୍ୟେକ ବର୍ଷ ସେହି ଚାଷ ଜମିରୁ ୯୦ରୁ ୧୦୦ ପ୍ୟାକେଟ ଧାନ ବାହାର କରିଥାନ୍ତି ବୋଲି ଥାନାରେ ଏତଲା ଦେଇଥିଲେ । ଚାଷୀ ତରଣୀ ସୁନା ୩ ଏକର ଜମିରେ ଧାନ ଚାଷ କରିଥିଲେ । ଧାନକାଟି ଜମିରେ ଗଚ୍ଛିତ ରଖିଥିବା ବେଳେ ଗଚ୍ଛିତ ଧାନକୁ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ମୁରିବାହାଲ ଥାନାରେ ଏତଲା ଦେଇଥିଲେ । ଏତଲାରେ ପୂର୍ବରୁ ଏହି ଜମିକୁ ନେଇ ସେହି ଗ୍ରାମର ବେଣୁଧର ବଗର୍ତ୍ତୀ ଓ ଭକ୍ତ ବଗର୍ତ୍ତୀଙ୍କ ସହ ଜମିବାଡ଼ିକୁ ନେଇ ମାମଲା ରହିଥିଲା । ତେଣୁ ପ୍ରତିଶୋଧ ନେବାପାଇଁ ସେମାନେ ନିଆଁ ଲଗେଇ ଦେଇଥିବା ସେ ନିଜ ଏତଲାରେ ଉଲ୍ଲେଖ କରିଥିଲେ । ମୁରିବାହାଲ ପୋଲିସ କେସ ନଂ ୩୬୨/୨୪ ରୁଜୁକରି ସବଇନ୍ସପେକ୍ଟର ଦନାର୍ଦନ ଓରାମ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିଥିଲେ । ଧାନଗଦା ପୋଡ଼ି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ବେଣୁଧର ବଗର୍ତ୍ତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.