oom

ପ୍ରାଧିକରଣର ପିଲାମାନଙ୍କ ପାଇଁ ଆଇନ ସେବା ୟୁନିଟ୍ ତାଲିକା ଭୁକ୍ତ ଆଇନ୍‌ଜୀବୀ ଏବଂ ପାରା ଲିଗାଲ ସ୍ୱେଚ୍ଛାସେବୀମାନଙ୍କ ପାଇଁ ୨ ଦିନିଆ ତାଲିମ ଶିବିର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ଆଇନ ସେବା ନ୍ୟାୟାଧିଶ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ନିର୍ଦ୍ଦେଶ କ୍ରମେ ଏବଂ ଜିଲ୍ଲା ପ୍ରାଧିକରଣର ଅଧ୍ୟକ୍ଷ ଡଃ. ପବିତ୍ର ମୋହନ ସାମଲ ତତ୍ତ୍ଵାବଧାନରେ ପ୍ରାଧିକରଣର ସଭାଗୃହ ଠାରେ ପ୍ରାଧିକରଣର ପିଲାମାନଙ୍କ ପାଇଁ ଆଇନ ସେବା ୟୁନିଟ୍ ତାଲିକା ଭୁକ୍ତ ଆଇନ୍‌ଜୀବୀ ଏବଂ ପାରା ଲିଗାଲ ସ୍ୱେଚ୍ଛାସେବୀମାନଙ୍କ ପାଇଁ ଏକ ୨ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାିଛି । ଏହି ତାଲିମ ଶିବିରରେ ଜିଲ୍ଲା ନ୍ୟାୟାଧିଶ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଡଃ. ପବିତ୍ର ମୋହନ ସାମଲ, କଜ୍ ଭିଜିଲାନସ କୋର୍ଟ ମଳୟ ରଂଜନ ଦାସ, ଜଜ୍ ଫ୍ୟାମିଲି କୋର୍ଟ ବିକ୍ରମ କେଶରୀ ପଟ୍ଟନାୟକ, ବିମଲ କୁମାର ଚାନ୍ଦ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ପବିତ୍ରାନନ୍ଦ ପ୍ରଧାନ, ସିଭିଲ୍ ଜଜ୍ (ବରିଷ୍ଠ) ଶ୍ରୀମତୀ କୁନମୁନ ଆଚାର୍ଯ୍ୟ, ସିଭିଲ୍ ଜଜ୍ (କନିଷ୍ଠ) ଶ୍ରୀମତୀ ସାସ୍ଵତୀ ମହାପାତ୍ର, ଲମ୍ବୋଦର ଦୀପ, ସାଇବର ଥାନା ଆଇଆଇସି ଶ୍ରୀମତୀ ଭାରତୀ ନାୟକ, ଇନ୍ସପେକ୍ଟର କୌସ୍ନାରାଣୀ ବେହେରା, ଦିଗାମ୍ବର କର, ଏନଜିଓ ସଦସ୍ୟ ଆଭେନଜର ଦିପ ଓ ପିୟୁସ ନନ୍ଦ ଯୋଗ ଦେଇ ଶିଶୁମାନଙ୍କ ନିମନ୍ତେ ଥିବା ବିଭିନ୍ନ ଆଇନ ସମ୍ବନ୍ଧରେ ପ୍ରଶିକ୍ଷଣ ଦେଇଥିଲେ । ସେହିପରି ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଏଡିଆର ସଭାଗୃହ ପରିସରରେ ପସ୍କୋ ଆକ୍ଟ ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଏହି ଶିବିରରେ ଜିଲ୍ଲା ନ୍ୟାୟାଧିଶ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଡଃ. ପବିତ୍ର ମୋହନ ସାମଲଙ୍କ ସମେତ ସିଭିଲ କୋର୍ଟର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.