ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖେତ୍ରି ( ଆଇଏଏସ) ନିଜ ଧର୍ମପତ୍ନୀଙ୍କ ସହ ହଳଦୀ ପଞ୍ଚାୟତର ଡ୍ରାଗନ୍ ଚାଷକୁ ପରିଦର୍ଶନ କରିଥିଲେ । ଏପିସି ପ୍ରକଳ୍ପ ଅନ୍ତର୍ଗତ ଉଦ୍ୟାନ କୃଷି ବିଭାଗ ଓ ସ୍ଥାନୀୟ ଜନମୁକ୍ତି ଅନୁଷ୍ଠାନ ସହଯୋଗରେ ଯୁବଚାଷୀ ଚନ୍ଦ୍ରଧ୍ଵଜ ପୋଢ଼ (ଏଗ୍ରିକଲ୍ଚର ଏଣ୍ଟର୍ପ୍ରେନର୍) ମୁରିବାହାଲ ବ୍ଲକ୍ ଅନ୍ତର୍ଗତ ହଳଦୀ, ତେନ୍ତୁଲିଖୁଣ୍ଟି ଗ୍ରାମରେ ଲାଭକାରୀ ଡ୍ରାଗନ୍ ଚାଷକରି ଏକ ଉଦାହରଣ ସୃଷ୍ଟି କରିଥିବା ଉପଜିଲ୍ଲାପାଳ ପ୍ରକାଶ କରିଥିଲେ । ସେ ଅନ୍ୟ ସରକାରୀ ବିଭାଗମାନଙ୍କ ସହ କିପରି ଉକ୍ତ ଚାଷକୁ ଯୋଡି ଏହାର ବିସ୍ତାର ଓ ଅଧିକ ଲାଭ ସୃଷ୍ଟି କରାଯାଇ ପାରିବ ତାହାର ବ୍ୟବସ୍ଥା କରିବା କଥା କହିଥିଲେ । ପରିଦର୍ଶନ ସମୟରେ ଡ୍ରାଗନ୍ ବଗିଚା ସହ ଷ୍ଟବେରି ବଗିଚା, ପିଜୁଳି ବଗିଚା ପରିଦର୍ଶନ କରିଥିଲେ । ଚାଷ ପ୍ରଣାଳୀରେ ଉଦ୍ୟାନ ବିଭାଗ , ଜନମୁକ୍ତି ଅନୁଷ୍ଠାନର ବିଶେଷଜ୍ଞମାନଙ୍କ ସହଯୋଗ ସିଧାସଳଖ ମିଳିପାରୁଥିବା ତଥା ଏହାଦ୍ୱାରା ଚାଷୀଙ୍କୁ ପ୍ରୋତ୍ସାହନ ମିଳି ପାରୁଥିବାରୁ ସେ ଉଦ୍ୟାନ ବିଭାଗ, ଜନମୁକ୍ତି ଅନୁଷ୍ଠାନ ଏବଂ ଚନ୍ଦ୍ରଧ୍ୱଜ ପୋଢ଼ଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଚନ୍ଦ୍ରଧ୍ଵଜଙ୍କୁ ଅତି ଶୀଘ୍ର ସାମୁହିକ ଚାଷ ପ୍ରଣାଳୀରେ ସାମିଲ କରାଇବାକୁ ଡିଡିଏଚ୍ ଉଦ୍ୟାନ ବିଭାଗଙ୍କୁ ଫୋନ୍ ମାଧ୍ୟମରେ ଜଣାଇଥିଲେ । ଆଉ ଆଗକୁ କିପରି ସେ ଅନ୍ୟ ସ୍ଥାନର ନୂଆ ଫସଲ ହୋଇଥିବା ସ୍ଥାନ ପରିଦର୍ଶନ କରି ଏହି ଅଞ୍ଚଳର ଚାଷୀଙ୍କ ଦକ୍ଷତା ବଢାଇବେ ଓ ଚାଷ କରିପାରିବେ ସେ ପରିଦର୍ଶନ ସମୟରେ ଜଣାଇଥିଲେ । ଏହି ପରିଦର୍ଶନ ବେଳେ ଚାଷୀ ଚନ୍ଦ୍ରଧ୍ଵଜଙ୍କ ପରିବାରରୁ ତାଙ୍କ ମାଁ, ଚନ୍ଦ୍ର ଓ ତାଙ୍କର ସାନ ଭାଇ ଉପସ୍ଥିତ ଥିବା ବେଳେ ଜନମୁକ୍ତି ଅନୁଷ୍ଠାନର କ୍ଷେତ୍ର ସଂଯୋଜକ ଲଳିତ ରଣା ଉପସ୍ଥିତ ଥିଲେ ।