ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ସଦର ମହକୁମା ଯାଦବ ଭବନଠାରେ ବ୍ଲକସ୍ତରୀୟ ଯାଦବ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁରିବାହାଲ ବ୍ଲକର ସମସ୍ତ ୨୨ଟି ପଞ୍ଚାୟତର ସଭାପତି ଓ ସମ୍ପାଦକ ତଥା ବହୁ ଯାଦବ ସମାଜର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଟିଟିଲାଗଡ଼ ଉପଖଣ୍ଡ ଯାଦବ ମହାସଭାର ସଭାପତି ଘିନୁ ଆଡଜୁଆଡ଼ଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏଥିରେ ଉପଖଣ୍ଡସ୍ତରୀୟ ସମ୍ପାଦକ ଶ୍ରୀପତି ବଗର୍ତ୍ତି, ବ୍ଲକ ସଭାପତି ତୀର୍ଥ ହାତୀ, ବ୍ଲକ ଯୁବ ଯାଦବ ସଭାପତି ଗଙ୍ଗାଧର ହେର୍ଣ୍ଣା, ଟିଟିଲାଗଡ ଟାଉନ ସଭାପତି କୁନା ଭାଟି ପ୍ରମୁଖ ମଞ୍ଚାସୀନ ଥିଲେ । ବୈଠକରେ ବ୍ୟାପକ ବିଚାର ଆଲୋଚନା ପରେ ସର୍ବସମ୍ମତି କ୍ରମେ ମୁରିବାହାଲ ବ୍ଲକସ୍ତରୀୟ ଯାଦବ ସମାଜର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ମୁରିବାହାଲ ବ୍ଲକ ଯାଦବ ସମାଜର ସଭାପତି ରୂପେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ବ୍ଲକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ସେହିପରି ବ୍ଲକ ସାଧାରଣ ସମ୍ପାଦକ ଭାବେ ତରୁଣ ପୋଡ଼, ୨୭ ନଂ ଜୋନ ଉପସଭାପତି ସାମନ୍ତ ବାଗ ଓ ସହସମ୍ପାଦକ ରୁଦ୍ର ମନହିରା, ୨୮ ନମ୍ବର ଜୋନ ଉପସଭାପତି ତେଜୁରାମ ବାଗ ଓ ସହସମ୍ପାଦକ ପ୍ରଦୀପ ବଛା, ୨୯ ନଂ ଜୋନ ଉପସଭାପତି ପୁରୁଷୋତ୍ତମ ବାଗ ଓ ସହସମ୍ପାଦକ ପିତାମ୍ବର ବାଗ ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା କମିଟିରେ ବରିଷ୍ଠ ସଦସ୍ୟ ତୀର୍ଥ ହାତୀ, ବାସୁଦେବ ନାଗ, ଚକ୍ରଧର ହେର୍ଣ୍ଣା, ଭାଗୀରଥି ଆଡଜୁଆଡ଼, କୋଷାଧ୍ୟକ୍ଷ ରୂପେ ଶ୍ରୀପତି ଷାଣ୍ଡ ଓ ଆଇନ ପରାମର୍ଶଦାତା ଭାବେ ଓକିଲ ଜିତେନ୍ ହାତୀଙ୍କୁ ମନୋନିତ କରାଯାଇଥିଲା । ଶେଷରେ ଯାଦବ ସମାଜର ଏକତା ତଥା କିଭଳି ଭାବରେ ଶିକ୍ଷା, ସ୍ଵାସ୍ଥ୍ୟ, ରାଜନୀତି ଓ ଅର୍ଥନୀତି କ୍ଷେତ୍ରରେ ସମାଜକୁ ସୁଦୃଢ କରାଯିବ ତାହାକୁ ନେଇ ବିଶେଷ ଭାବେ ଆଲୋଚନ ହୋଇଥିଲା । ବୈଠକରେ ବ୍ଲକ ଅଞ୍ଚଳର ଶତାଧିକ ଯାଦବ ସମାଜର କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସାଧାରଣ ସମ୍ପାଦକ ତରୁଣ ପୋଡ଼ ସଭା ପରିଚାଳନା ଓ ୨୯ନଂ ଜୋନ ଉପସଭାପତି ପୁରୁଷୋତ୍ତମ ବାଗ ଧନ୍ୟବାଦ ଦେଇଥିଲେ ।