centurian jitm

ବାସନ୍ତୀ ପାଠାଗାରର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ବାର୍ଷିକୋତ୍ସବ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ପାଠାଗାରର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ୧୮ ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । କେନ୍ଦ୍ରର ଯୋଗଗୁରୁ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଠାଗାରର ସଭାପତି ଡ଼ଃ. ଶକ୍ତିପ୍ରସାଦ ସାମନ୍ତରାୟ ମୁଖ୍ୟଅତିଥି, ଯୋଗଗୁରୁ ପିତବାସ ପ୍ରଧାନ ଓ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୋଗର ଉପଯୋଗିତା ଓ ଉପକାରିତା ସଂପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ଯୋଗର ଅର୍ଥ ଯୋଡିବା । ଯୋଗର ୮ଟି ବିଭାଗ, ଦୈନନ୍ଦିନ ଜୀବନଚର୍ଯ୍ୟା, ସ୍ନାନ, ଶୟନ ଓ ଖାଦ୍ୟ ଗ୍ରହଣ ଉପରେ ଗୁରୁତ୍ୱାରୋପ, ଆସନ କଲାବେଳେ ଧ୍ୟାନ କିପରି ଗୁରୁତ୍ୱପୂର୍ଣ୍ଣ ସେ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ କେନ୍ଦ୍ର ତରଫରୁ ଏକ ଯଜ୍ଞ ଆୟୋଜନ କରାଯାଇଥିଲା । ଏଥିରେ ଶ୍ରୀକାନ୍ତ ଷଡ଼ଙ୍ଗୀ ପୂଜକ ଦାୟିତ୍ଵ ତୁଲାଇଥିଲେ । ପରେ ଗୀତାଞ୍ଜଳି ମହାରଣା, ପ୍ରିୟା ପାତ୍ର, ସୁଭାଷିନୀ ସାହୁ, ସସ୍ମିତା ଭଞ୍ଜଦେଓ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ଯୋଗ ଅଂଶଗ୍ରହଣ କରୁଥିବା ପ୍ରଶିକ୍ଷାର୍ଥୀମାନେ ନିଜର ଅଭିଜ୍ଞତା ବାଣ୍ଟିଥିଲେ । ଏହି କାର୍ଯ୍ୟକ୍ରମରେ ସୁମିତା ସ୍ୱାଇଁ, ନିରୁପମା ଚାନ୍ଦ, ରବିନ୍ଦ୍ର ଠାକୁର, ସଞ୍ଜୁକ୍ତା ଦାଶ, ସ୍ୱର୍ଣ୍ଣଲତା ଘଡେଇ, କବିତା ଦାଶ, ବିଷ୍ଣୁ ଚରଣ ସାହୁ, ଗୌରବ ଅଗ୍ରୱାଲ, ଭାନୁଲତା ଘଡେଇ, ମୀରା ସିଂ, ଶୁଭନ୍ୟେଶା ମହାନ୍ତି, କାମିନୀ ବିଶ୍ୱାଳ, ସୌଦାମିନୀ ମିଶ୍ର, ପ୍ରିତୀ ଦାସ, ଗୋପୀନାଥ ଓଝା, ସୁପ୍ରିୟା ଜେନା, କମଳା ଆଚାର୍ଯ୍ୟ, ରାଜଶ୍ରୀ ନାୟକ, ସୁଭାଷିନୀ ସାହୁ, ପ୍ରିୟା ପାତ୍ର, ଗୀତାଞ୍ଜଳି ମହାରଣା ପ୍ରମୁଖ ଉପସ୍ଥିତ ରହି ଯୋଗ କରିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ପାଠାଗାରର ସମସ୍ତ କର୍ମକର୍ତ୍ତା ଓ ଅତିଥିମାନେ ଯୋଗଦେଇଥିଲେ । ଶେଷରେ ଆବାହକ ଶ୍ରୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁଯୋଗ ଦେଖି

Leave A Reply

Your email address will not be published.