ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନସ୍ଥ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ୨ ଦିନିଆ ବ୍ଲକସ୍ତରୀୟ ଚକ୍ଷୁ ପରୀକ୍ଷା ତାଲିମ ଶିବିର ଉଦ୍ଯାପିତ ହୋଇଯାଇଛି । ଉକ୍ତ ଶିବିର ବିଆରସିସି ନାରାୟଣ ଭୋଇଙ୍କ ତତ୍ତ୍ୱବଧାନରେ ଅତିରିକ୍ତ ଶିକ୍ଷା ଅଧିକାରୀ ରିତାରାଣୀ ତ୍ରିପାଠୀ, ନରେନ୍ଦ୍ର କୁମାର ସାହୁଙ୍କ ଉପସ୍ଥିତରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ଚକ୍ଷୁ ସହାୟିକା ଚିନ୍ମୟୀ ପ୍ରଭାତୀ ସାହୁ ଓ ସଇଁତଲା ସ୍ୱାସ୍ଥ୍ୟ ସମ୍ପ୍ରସାରଣୀ ଅଧିକାରିଣୀ ମିନା କୁମାରୀ ତ୍ରିପାଠୀ ଯୋଗଦାନ କରି କିପରି ଛାତ୍ରୀଛାତ୍ରମାନଙ୍କୁ ଚକ୍ଷୁ ପରୀକ୍ଷା କରାଯିବ ସେ ଉପରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଏହି ଶିବିରରେ ବିଆରଟି ସୁଧାଂଶୁ ନାୟକ, ରଶ୍ମିତା ସାହୁ, ସିଆରସିସି ଶେଷଦେବ ପ୍ରଧାନ, ଚିନ୍ତାମଣି ସାହୁ, ହରି ନାଗଙ୍କ ସମେତ ୧୮୯ ଗୋଟି ବିଦ୍ୟାଳୟର ଜଣେ ଲେଖାଏ ଶିକ୍ଷକ ଶିକ୍ଷୟତ୍ରୀମାନେ ସାମିଲ ହୋଇଥିଲେ ।
Prev Post
Next Post