ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଆଇସିଡ଼ିଏସ ହଲ ପରିସରରେ ମମତା ଏଚ୍ଆଇଏମ୍ସି ସଂସ୍ଥାର ପ୍ରୋଜେକ୍ଟ ଜାଗୃତି ଆନୁକୂଲ୍ୟରେ ଜିଲ୍ଲା ପ୍ରୋଗ୍ରାମ ସଂଯୋଜକ ବେନଞ୍ଜମୀନ ନାୟକଙ୍କ ତତ୍ତ୍ୱବଧାନରେ ଦିନିକିଆ ପରିବେଶ ସମ୍ବଦ୍ଧିତ ଅଧିବେଶନ ଉପରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାକୁ ମୁଖ୍ୟଅତିଥି ଭାବରେ ସି.ଡ଼ି.ପି.ଓ ଗୋଲାପୀ ନାଏକ ଯୋଗଦାନ କରିଥିବା ବେଳେ ସ୍ୱାସ୍ଥ୍ୟ ସମ୍ପ୍ରସାରଣୀ ଅଧିକାରିଣୀ ମିନା କୁମାରୀ ତ୍ରିପାଠୀ ଯୋଗଦାନ କରି ବାୟୁ ପ୍ରଦୂଷଣ ଉପରେ ସଚେତନତା ରହିବା, ଶୁଖିଲା ଓ ଓଦା ମଇଲାର ଉଚିତ ନିଷ୍କାସନ କରିବା ଓ ପ୍ଲାଷ୍ଟିକ ବ୍ୟବହାରରୁ ଦୁରେଇ ରହିବା ବୋଲି ଉପସ୍ଥିତ ଥିବା ଗାଁ କଲ୍ୟାଣ ସମିତି କର୍ମକର୍ତ୍ତାମାନଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ନାଏକ ପରାମର୍ଶ ଦେଇଛନ୍ତି । ଏହି କର୍ମଶାଳାରେ ବ୍ଲକ ସୁପରଭାଇଜର ରଞ୍ଜୁ ମଣ୍ଡଳ, ସୁନେଲି ମହାନନ୍ଦ, କ୍ଷୀରୋଦ୍ରୀ ପ୍ରଧାନ, ଆଶିଷ ନନ୍ଦ, ଗୌରୀ ଶଙ୍କର ସାହୁଙ୍କ ସମେତ ୬ ଗୋଟି ପଞ୍ଚାୟତର ୧୬ ଗୋଟି ଗାଁ କଲ୍ୟାଣ ସମିତିର ସଭାପତି, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ କମିଟିର ସଦସ୍ୟମାନେ ସାମିଲ ଥିଲେ ।