jayashree

ଟିଟିଲାଗଡ଼ ମାତୃଶିଶୁ ହସ୍ପିଟାଲରୁ ଉଠିଲା ଅଳିଆ ଆବର୍ଜନା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପିପଲପଦର ସ୍ଥିତ ମାତୃ ଓ ଶିଶୁ ହସ୍ପିଟାଲ ଭିତରେ ଅଳିଆ ଆବର୍ଜ୍ଜନା ଗଦା ହୋଇ ପଡ଼ିରହିଥିବାରୁ ଦୁର୍ଗନ୍ଧ ବାହାରୁଥିବା ଲୋକମାନେ ଅଭିଯୋଗ କରୁଥିଲେ । ଏନେଇ ଖବର ପ୍ରସାରଣ କରିବାର ୨୪ ଘଣ୍ଟା ନପୁରୂଣୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଅଳିଆ ଆବର୍ଜ୍ଜନା ସଫା କରାଯାଇଥିବା ଦେଖିବାକୁ ମିଳିଛି । ଏନେଇ ଟିଟିଲାଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ପୌର ନିର୍ବାହୀ ଅଧିକାରୀ ସନ୍ଦୀପ ଚନ୍ଦ୍ରକାରଙ୍କୁ ଡାକ୍ତର ଓଁକାର ହୋତା ଧନ୍ୟବାଦ ଦେଇଛନ୍ତି । ଅଳିଆ ଆବର୍ଜନା ସଫା କରାଯାଇଥିବାରୁ ରୋଗୀ ମାନଙ୍କ ସହ ତାଙ୍କ ସମ୍ପର୍କୀୟ ଏବଂ ମେଡିକାଲ କର୍ମଚାରୀ ଖୁସି ଅଛନ୍ତି ।

Leave A Reply

Your email address will not be published.