ବାରପୁଡିଗିଆ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

  • ଫାଇନାଲରେ ସକମା ଦଳ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାରପୁଡୁଗିଆ ସ୍ଥିତ ହାୱା ଗାର୍ଡେନ ଖେଳ ପଡିଆରେ ସିଦ୍ଧାଶ୍ରମ ସେବ ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ବାରପୁଡୁଗିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ଖେଳରେ ସକମା ଦଳ ୨ – ୧ ଫଟକରାକୁ ହରାଇ ଚମ୍ପିୟାନ ହୋଇଛି । ଏହି ଉଦ୍‌ଯାପନି ଖେଳରେ ମୁଖ୍ୟ ଅତିଥି ଭାବେ ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ପୂର୍ବ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ପ୍ରମୋଦ କର୍ମି, ନୃପରାଜ ସାହୁ, ଗୋବର୍ଦ୍ଧନ କର୍ମୀ, ଧିରେନ୍ଦ୍ର ବିଶ୍ୱାଲ ଓ ଅରବିନ୍ଦ ମିଶ୍ର ପ୍ରମୁଖ ଯୋଗଦେଇ ଉଭୟ ଦଳକୁ ଟ୍ରଫି ସହ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ । ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନର ସଭାପତି ଜୟକୃଷ୍ଣ ମିଶ୍ର ପରିଚାଳନା କରିଥିଲେ । ରେଫରି ପୁରୁଷୋତ୍ତମ, ଦେବାଶିଷ, ସୁରେଶ, ମିଥୁନ ଖେଳ ପରିଚାଳନା କରିଥିଲେ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କମିଟିର ସଦସ୍ୟ ରିଙ୍କୁ ନାଏକ, କାଲିଆ ନାହାକ, ସଞ୍ଜୟ ନାଏକ, ଅନିଲ ସେଠ, ଦିଲିପ ସାହୁ, ଆକାଶ ନାହାକ, ପିଣ୍ଟୁ, ଅକ୍ଷୟ ଧରୁଆ, ବିକାଶ ନାଏକ, ବ୍ରଜ ନାଏକ ପ୍ରମୁଖ ଆୟୋଜନ କରିଥିଲେ ।

jittmm
Leave A Reply

Your email address will not be published.