csstore

ଗଞ୍ଜାମ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଅତିରିକ୍ତ ଜିଲ୍ଲା ଜଜ୍ ଛତ୍ରପୁର ମନୋରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଗଞ୍ଜାମ ମହାବିଦ୍ୟାଳୟ ଅଡିଟୋରିମ ହଲରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଆଇନ୍ ସଚେତନତା ଶିବିର ଆୟୋଜନ କରାଯାଇଥିଲା । ଏଥିରେ ସମ୍ମାନିତ ଅତିଥି ଭାବେ ଏସ.ଡି.ଜେ.ଏମ ଛତ୍ରପୁର ପ୍ରିତିଶ କୁମାର୍ ରଥ, ଏସ.ଡି.ପି.ଓ ଗୌର ହରି ସାହୁ, ତାଲୁକ୍ ଆଇନ୍ ସେବା କମିଟି ସଭ୍ୟ ଆଇନଜୀବୀ ମନୋଜ୍ କୁମାର ପାଢ଼ୀ, ଆଇନଜୀବୀ ବ୍ରଜମୋହନ ଆଚାର୍ଯ୍ୟ, କଲେଜ ଅଧ୍ୟକ୍ଷ ସୀମାଞ୍ଚଳ ଭୋଳ ପ୍ରମୁଖ ମଞ୍ଚାସୀନ ରହି ଆଇନ ସମ୍ଭିଧାନ ଦିବସର ଆଭିମୁଖ୍ୟ ସମ୍ଭନ୍ଧରେ ଅଭିଭାଷଣ ରଖିଥିଲେ । ଏହି ସଚେତନତା ଶିବିରରେ ସମ୍ବିଧାନ ଦିବସର ମହତ୍ତ୍ଵ ସମ୍ପର୍କରେ ଅବଗତ କରାଯିବା ସହିତ ପୋସ୍କୋ ଏବଂ ଆଇନ୍ ସେବା ପ୍ରାଧିକରଣ ଦ୍ଵାରା ଦିଆ ଯାଉଥିବା ମାଗଣା ଆଇନ୍ ସେବା ଉପରେ ସଚେତନତା କରାଯାଇଥିଲା । କଲେଜ ଉପାଧ୍ୟକ୍ଷ ଅମର କୁମାର ବିଶୋଇ କାର୍ଯ୍ୟକ୍ରମ ପରିଚଳନ କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.