jayashree

ଜାତିୟ ଜୁନିଅର ବ୍ୟାଡମିନ୍ଟନ ଚାମ୍ପିଅନ୍‌ସିପ୍‌ ଉଦ୍‌ଯାପିତ

  • ପ୍ରକ୍ରିତି ଭାରତ ବାଳିକା ସିଙ୍ଗଲ ଚାମ୍ପିୟାନ୍‌
  • ପ୍ରଣୟ ସେଟ୍ଟିଗାର ବାଳକ ଚାମ୍ପିୟନ୍‌
  • ବିଶାଖା ଟପ୍ପୋ – ଲାଲରାମ ସାଙ୍ଗା ମିକ୍ସଡ଼ ଡବଲସ୍‌ ଚାମ୍ପିୟନ୍‌
  • ବାକଳ ଡବଲସ୍‌ରେ ଅର୍ଶ ମୋହମ୍ମଦ ଓ ସଂସ୍କାର ସାରସ୍ୱତ ଏବଂ ବାଳିକା ଡବଲସ୍‌ରେ ଲାଲ ରେମ୍ପୁଇ ତନୁ ଚନ୍ଦ୍ରା ଚାମ୍ପିୟନ

ଭୁବନେଶ୍ୱର : ୧୯ ତାରିଖରୁ ଭୁବନେଶ୍ୱର ନିଳାଦ୍ରୀ ବିହାର ବିଜୁ ପଟ୍ଟନାୟକ ବହୁମୁଖି ଇନ୍‌ଡୋର ଷ୍ଟଡିୟମ ଠାରେ ଚାଲିଥିବା ୟନେକ୍ସ ସନରାଇଜ ୪୭ ତମ ଜାତୀୟ ଜୁନିୟର ବ୍ୟାଡମିଣ୍ଟନ ଚାମ୍ପିୟାନ୍‌ସିପ୍ ଉଦ୍‌ଯାପିତ ହୋଇଯାଇଛି । ୪୭ତମ ଜାତୀୟ ଜୁନିଅର୍‌ ଚାମ୍ପିୟନ୍‌ସିପ୍‌ର ପ୍ରଥମ ଫାଇନାଲ ମିଶ୍ରିତ ଯୁଗଳରୁ ଆରମ୍ଭ ହୋଇଥିଲା, ଏହି ଖେଳରେ ଓଡିଶା-ମିଜୋରାମ ଯୋଡି ବିଶାଖା ଟପ୍ପୋ ଓ ଲାଲ ରାମ ସାଙ୍ଗା ତାଙ୍କ ପ୍ରତିଦ୍ୱନ୍ଦୀ ଆନ୍ଧ୍ର -ତେଲେଙ୍ଗାନା ଯୋଡି ଭାର୍ଗବ ରାମ ଓ କ. ଭେନେଲାଙ୍କୁ ୨୧-୧୬,୧୦-୨୧ ଓ ୨୧-୧୮ ପଏଣ୍ଟରେ ପରାସ୍ତ କରି ଚାମ୍ପିୟାନ ହୋଇଛନ୍ତି । ସଂଘର୍ଷ ପୂର୍ଣ୍ଣ ବାଳିକା ସିଙ୍ଗଲସ୍‌ରେ ତାମିଲନାଡୁର ପ୍ରକ୍ରିତି ଭାରତ ମହାରାଷ୍ଟ୍ରର ଅଲିଶା ନାଏକଙ୍କୁ ୧୮-୨୧,୨୧-୮,୨୧-୮ ପଏଣ୍ଟରେ ପରାସ୍ତ କରି ଚାମ୍ପିୟନ୍‌ ହୋଇଛନ୍ତି । ବାଳକ ସିଙ୍ଗଲ୍‌ରେ ମହାରାଷ୍ଟ୍ରର ପ୍ରଣୟ ସେଟ୍ଟିଗାର କର୍ଣ୍ଣାଟକର ତୁଷାର ସୁବୀରଙ୍କୁ ୨୧-୧୭,୨୧-୧୨ ପଏଣ୍ଟ ରେପରାସ୍ତ କରି ଚାମ୍ପିୟାନ୍‌ ହୋଇଛନ୍ତି । ବାଳିକା ଡବଲସ୍‌ରେ ମିଜୋରାମ -ଛତିଶଗଡ ଯୋଡି ଲାଲ ରେମ୍ପୁଇ ଓ ତନୁ ଚନ୍ଦ୍ରା ଆନ୍ଧ୍ର -ମହାରାଷ୍ଟ୍ର ଯୋଡି ଦୁର୍ଗା ଇସା କନ୍ଦରପୁ ଓ ତାରିଣୀ ସୁରିଙ୍କୁ ୨୩-୨୧,୨୧-୧୫ ପଏଣ୍ଟରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି । ବାଳକ ଡବଲସ୍‌ ଫାଇନାଲ୍‌ରେ ଉତ୍ତର ପ୍ରଦେଶ ରାଜସ୍ତାନ ଯୋଡି ଅର୍ଶ ମୋହମ୍ମଦ ଓ ସଂସ୍କାର ସାରସ୍ୱତ ପାଣ୍ଡିଚେରୀ ତାମିଲନାଡୁ ଯୋଡି ମିଥିଲେସ ପି. କ୍ରିଷ୍ଣନ ଓ ଅରୁଲ ମୁରୁଗାନଙ୍କୁ ୨୧-୧୬,୨୧-୧୯ ପଏଣ୍ଟରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି । ଆଜି ଓସବା କାର୍ଯ୍ୟକାରିଣୀ ସଦସ୍ୟ ସୁରୁଲାଲ ମଟାରୀଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣ ମୁଖ୍ୟଅତିଥି ଭାବେ ଓସବା ସଭାପତି ରାଜେଶ ପ୍ରଭାକର ପାଟିଲ, ସମ୍ମାନିତ ଅତିଥିଭାବେ ପର୍ଯ୍ୟବେଖକ ତଥା ପାରା ବେଡ଼ମୀଣ୍ଟନ ଅଧ୍ୟକ୍ଷ କେ. ପ୍ରଭାକର ରାଓ, ଉପସଭାପତି ମନୋରଞ୍ଜନ ପଣ୍ଡା, ସମ୍ପାଦକ ନିଲିନ କୁମାର ଯୁଗ୍ମ ସମ୍ପାଦକ ଶୈଳେନ୍ଦ୍ର ଚୌଧୁରୀ, ମୁଖ୍ୟ ରେଫରୀ ଡି. ଦିନେଶ, କମଳ ଦାସ ପ୍ରମୁଖ ଯୋଗଦେଇ ଚାମ୍ପିୟନ ଓ ରନର୍ସ ଅପ ଖେଳାଳୀଙ୍କୁ ଟ୍ରଫି, ମେଡାଲ, ପ୍ରମାଣ ପତ୍ର ଓ ଅର୍ଥ ରାଶି ପ୍ରଦାନ କରି ପୁରସ୍କୃତ କରିଥିଲେ । ଓଡିଶାର ତନଭି ପତ୍ରିଙ୍କୁ ଜାତୀୟ, ଆନ୍ତର୍ଜାତୀୟ ପ୍ରତିଯୋଗୀତାରେ ଅତିଉତ୍ତମ ପ୍ରଦର୍ଶନ ପାଇଁ ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ତରଫରୁ ରାଜ୍ୟ ସଭାପତି ରାଜେଶ ପ୍ରଭାକର ପାଟିଲ ୨ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ । ୭ ଦିନ ଧରି ଚାଲିଥିବା ଏହି ଜାତୀୟ ଚାମ୍ପିୟନ୍‌ସିପ୍‌ର ସଫଳ ଆୟୋଜନରେ ଓସବା ସଦସ୍ୟ ଶୁଭ୍ରାଂଶୁ ପଣ୍ଡା, ତାରାକାନ୍ତ ଦାସ, ସୌଭାଗ୍ୟ ଜଗଦେବ, ଅବଦୁଲ ହାକିମ, ଦିନେଶ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.