jayashree

ଜାତୀୟ ଜୁନିଅର ବ୍ୟାଡ୍‌ମିଣ୍ଟନ ଚାମ୍ପିଅନ୍‌ସିପ୍‌

  • ତନଭି ସିଙ୍ଗିଲସ୍‌ରେ ପ୍ରଗତି ଓ ବିଶାଖା ଡବଲ୍ସ ଟାଇଟଲ ରେସ୍‌ରୁ ବାହାର
  • ସିଙ୍ଗଲସ ବାଳିକାରେ ତାମିଲନାଡୁର ପ୍ରକ୍ରିତି ଭରଥ ଓ ମହାରାଷ୍ଟ୍ରର ଅଲିଶା ନାଏକ ମଧ୍ୟରେ ମୁକାବିଲା
  • ସିଙ୍ଗଲସ୍‌ ବାଳକରେ କର୍ଣ୍ଣାଟକର ତୁଷାର ସୁବୀର ଓ ମହାରାଷ୍ଟ୍ରର ପ୍ରଣୟ ସେଟିଗାର ମଧ୍ୟରେ ମୁକାବିଲା

ଭୁବନେଶ୍ୱର : ୧୯ ତାରିଖରୁ ଭୁବନେଶ୍ୱର ନିଳାଦ୍ରୀ ବିହାର ବିଜୁ ପଟ୍ଟନାୟକ ବହୁମୁଖି ଇନ୍‌ଡୋର ଷ୍ଟଡିୟମ ଠାରେ ଚାଲିଥିବା ୟନେକ୍ସ ସନ୍‌ରାଇଜ୍‌ ୪୭ତମ ଜାତୀୟ ଜୁନିୟର ବ୍ୟାଡମିଣ୍ଟନ ଚାମ୍ପିୟାନ୍‌ସିପ୍‌ର ବ୍ୟତିଗତ ଇଭେଣ୍ଟର ସମସ୍ତ କ୍ୱାର୍ଟର ଫାଇନାଲ ଓ ସେମିଫାଇନାଲ ଖେଳ ଅନୁଷ୍ଠିତ ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଯାଇଛି । ଆଜି ବାଳିକା ସିଙ୍ଗଲସରେ ଟାଇଟଲ ଦାବିଦାର ଓଡ଼ିଆ ଖେଳାଳୀ ତନଭି ପତ୍ରି ତାଙ୍କ ପ୍ରତିଦ୍ୱନ୍ଦୀ ତାମିଲନାଡୁର ପ୍ରକ୍ରିତି ଭରଥଙ୍କ ଠାରୁ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ସେମିଫାଇନାଲ ମ୍ୟାଚ୍‌ରେ ୨୧-୧୩,୨୦-୨୨ଓ ୨୦-୨୨ ପଏଣ୍ଟରେ ପରାଜିତ ହୋଇ ପ୍ରତିଯୋଗୀତାର ଚୂଡାନ୍ତ ପର୍ଯ୍ୟାୟରୁ ବାହାର ହୋଇଯାଇଛନ୍ତି । ଅନ୍ୟ ବାଳିକା ସେମିଫାଇନାଲରେ ମହାରାଷ୍ଟ୍ରର ଅଲିଶା ନାଏକ ୨୧-୧୬,୨୧-୧୩ ପଏଣ୍ଟରେ ନମ୍ବର ଏକ ମାନ୍ୟତା ପ୍ରାପ୍ତ ହରିୟାଣାର ମେଧାବୀ ନଗରଙ୍କୁ ହରାଇ ଫାଇନାଲରେ ପହଂଚିଛନ୍ତି । ବାଳକ ସିଙ୍ଗଲସ୍‌ ଫାଇନାଲରେ କର୍ଣ୍ଣାଟକର ତୁଷାର ସୁବୀର ଓ ମହାରାଷ୍ଟ୍ରର ପ୍ରଣୟ ସେଟ୍ଟିଗାର ଅନୁଷ୍ଠିତ ହେବ । ସେମିଫାଇନାଲରେ ତୁଷାର ତେଲେଙ୍ଗାନାର ଜ୍ଞାନଦତ୍ତୁଙ୍କୁ ୨୧-୧୮,୨୧-୧୮ ଏବଂ ପ୍ରଣୟ ସେଟ୍ଟିଗାର ତେଲେଙ୍ଗାନାର ଅଭିଷେକ କନପଲଙ୍କୁ ୨୧-୯,୨୧-୧୨ରେ ପରାଜିତ କରିଛନ୍ତି । ଓଡିଶାର ଏକ ମାତ୍ର ଖେଳାଳୀ ଭାବେ ବିଶାଖା ଟପ୍ପୋ ତାଙ୍କ ମିକ୍ସଡ଼ ଡବଲସ୍‌ ସାଥି ମିଜୋରାମର ଲାଲ ରାମସାଙ୍ଗା ମହାରାଷ୍ଟ୍ର- ଦିଲ୍ଲୀ ଯୋଡି ଭାବ୍ୟା ଛାବ୍ରା ଓ ତାରିଣୀ ସୁରିଙ୍କୁ ୨୧-୧୭,୨୧-୧୮ ପଏଣ୍ଟରେ ହରାଇ ଫାଇନାଲରେ ପହଞ୍ଚିଛନ୍ତି । ଅନ୍ୟ ମିକ୍ସଡ଼ ଡବଲ୍ସ ସେମିଫାଇନାଲରେ ଆନ୍ଧ୍ର -ତେଲେଙ୍ଗାନା ଯୋଡି ଭାର୍ଗବରାମ ଓ ଭେନଲା କେ ଦିଲ୍ଲୀ ଯୋଡି ଦିବ୍ୟାନସ ରାବତ ଓ ଦିଆଙ୍କା ୱାଲଡିଆଙ୍କୁ ୨୨-୧୩,୨୧-୧୫ରେ ପରାସ୍ତ କରି ଫାଇନାଲରେ ପହଂଚିଛନ୍ତି । ବାଳିକା ଡବଲସ୍‌ରେ ଆନ୍ଧ୍ର ମହାରାଷ୍ଟ୍ର ଯୋଡି ଦୁର୍ଗା ଇସା କନ୍ଦରପୁ ଓ ତାରିଣୀ ସୁରି ଉତ୍ତରାଞ୍ଚଳର ଆନ୍ୟା ବିସ୍ତ ଓ ଆଞ୍ଜେଲ ପୁନେରାଙ୍କୁ ୨୧-୧୯,୨୧-୧୭ରେ ପରାସ୍ତ କରି ଫାଇନାଲକୁ ଯାଇଛନ୍ତି । ଅନ୍ୟ ବାଳିକା ସେମିଫାଇନାଲରେ ମିଜୋରାମ ଛତିଶଗଡ ଯୋଡି ଲାଲରେମ ପୁଇ ଓ ତାନୂ ଚନ୍ଦ୍ରା ଉତ୍ତରାଞ୍ଚଳର ଗାୟତ୍ରୀ ଓ ମନସା ରାବତଙ୍କୁ ୧୩-୨୧,୨୧-୧୫ଓ ୨୧-୧୫ ପଏଣ୍ଟରେ ହରାଇ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ବାଳକ ଡବଲସ୍‌ ସେମିରେ ପାଣ୍ଡିଚେରୀ -ତାମିଲନାଡୁ ଯୋଡି ମିଥିଲେସ୍‌ ପି. କ୍ରିଷ୍ଣନ ଓ ଅରୁଲମୁରଗନ ଆର୍‌. ଛତିଶଗଡ ଯୋଡି ଦିବ୍ୟାନସ ଅଗ୍ରୱାଲ ଓ ମାନସ ଭଟ୍ଟାଚାର୍ଯ୍ୟଙ୍କୁ ୨୧-୧୨ଓ ୨୧-୧୨ରେ ହରାଇ ଫାଇନାଲରେ ପହଂଚିଛନ୍ତି । ଅନ୍ୟ ସେମି ଫାଇନାଲ ଆନ୍ଧ୍ର ଯୋଡି ଭାର୍ଗବ ରାମ ଓ ବିଶ୍ୱ ତେଜ ଗୁବୁରୁଙ୍କ ସହ ଉତ୍ତର ପ୍ରଦେଶ -ରାଜସ୍ତାନ ଯୋଡ଼ି ଅର୍ଶ ମୋହମ୍ମଦ ଓ ସଂସ୍କାର ସାରସ୍ୱତ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏହି ସଂଘର୍ଷପୂର୍ଣ୍ଣ ର୍ମ୍ୟଚରେ ଅର୍ଶ ମୋହମ୍ମଦ ଓ ସଂସ୍କାର ସାରସ୍ୱତ ଯୋଡି ଭାର୍ଗବରାମ ଓ ବିଶ୍ୱ ତେଜ ଗୋବୁରୁ ଯୋଡିକୁ ୨୧-୧୩ ଓ ୨୧-୧୭ରେ ହରାଇ ଫାଇନାଲ୍‌ରେ ପହଞ୍ଚିଛନ୍ତି । ଆଜି ଓସବା କାର୍ଯ୍ୟକାରିଣୀ ସଦସ୍ୟ ସୁରୁଲାଲ ମଟାରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ଜାତୀୟ ଜୁନିଅର ଚାମ୍ପିୟସିପ୍‌ ଆୟୋଜକ କମିଟିର କମଲଦାସ, କାର୍ତ୍ତିକ ଦାସ, ମନୋରଞ୍ଜନ ପଣ୍ଡା ପ୍ରୀତପାଳ ସିଂ, ଅବଦୁଲ ହାକିମଙ୍କ ଦ୍ୱାରା ସମସ୍ତ ଜାତୀୟ ଓ ରାଜ୍ୟ ସ୍ତରୀୟ ରେଫରୀ, ବୈଷୟିକ ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓସବା ସଭାପତି ରାଜେଶ ୨୫ତାରିଖ ସକାଳ ୯ଟାରୁ ସମସ୍ତ ବିଭାଗର ଫାଇନାଲ ଖେଳ ଆରମ୍ଭ ହେବ ବୋଲି ଓସବା ସଭାପତି ରାଜେଶ ପ୍ରଭାକର ପାଟିଲ, ସଂପାଦକ ନିଲୀନ କୁମାର ଖେଳାଳୀ କୋଚ୍‌ ଓ ଦର୍ଶକ ମାନଙ୍କର ସହଯୋଗ କାମନା କରିଛନ୍ତି ।

Leave A Reply

Your email address will not be published.