ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଝରଣୀ ପ୍ରାଥମିକ ବିଦ୍ୟାଳୟରେ ସୋମବାର ୯୯ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ବୋଧନ ଦେଇ ଥିଲେ । ସମ୍ମାନିତ ଅତିଥି ରୂପେ ପୂର୍ବତନ ସରପଞ୍ଚ ଜନାବ ଆଶାଦୁଲ୍ହା ଖାଁ, ଝରଣୀ ସରପଞ୍ଚ ରଘୁବୀର ମେହେର, ସମିତି ସଭ୍ୟା ସୁନିତା ଧରୁଆ, ପୂବତନ ଛାତ୍ର ବିଶ୍ୱମ୍ବର ମେହେର, ସ୍କୁଲ ସଭାପତି ବିରେନ୍ଦ୍ର ମେହେର, ପୂର୍ବତନ ସରପଞ୍ଚ ଝରଣୀ ଜିପି ଶ୍ରୀମତୀ ପ୍ରେମଲତା ମେହେର, ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ କୌଶିକ ମେହେର, ତୁରେକେଲା ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଉପେନ୍ଦ୍ର କିଶୋର ବହାଳିଆ, ପୂର୍ବତନ ଛାତ୍ର ଭାସ୍କର ମେହେର, ହରିବନ୍ଧୁ ମେହେର, ମଞ୍ଚ ପରିଚାଳକ ପୂର୍ବତନ ଛାତ୍ର ତଥା ସ୍କୁଲର ପ୍ରଥମ ନବୋଦୟ ଉତ୍ତୀର୍ଣ୍ଣ ଛାତ୍ର ଅର୍ଜୁନ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ । ସାମ୍ବାଦିକ ତୁଳସୀ ରାମ ଜଗତଙ୍କୁ ସମ୍ମାନିତ କରାଯାଇଥିଲା । ଆସନ୍ତା ବର୍ଷ ୧୦୦ବର୍ଷ ପୂର୍ତ୍ତିରେ ଧୁମ୍ଧାମ୍ରେ ବାର୍ଷିକ ଉତ୍ସବ ପାଳନ କରାଯିବ ବୋଲି କମିଟି ତରଫରୁ କୁହାଯାଇଛି ।
Prev Post