csstore

ପ୍ରଥମ ପଦ୍ମପୁର ପ୍ରିମିୟର ଲିଗ ୨୦୨୪ ଶେଖ ଫାଇଟର୍ସ ବିଜୟୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପ୍ରଥମ ପଦ୍ମପୁର ପ୍ରିମିୟର ଲିଗ୍‌ ୨୦୨୪ ମହାସମାରୋହରେ ସମାପ୍ତ ହୋଇଯାଇଛି । ଟାଉନ କ୍ଲବ ପଦ୍ମପୁର ତରଫରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ୍‌ ୮ଟି ଦଳ ଭିତରେ ଖେଳା ହେଉଥିଲା ଏହି ପ୍ରିମିୟର ଲିଗ୍‌ ୩ ଦିନ ଧରି ହୋଇଥିବା ବେଳେ ଫାଇନାଲ ମ୍ୟାଚ୍‌ରେ ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଭୁତି ଭୂଷଣ ଭୋଇ ଏବଂ ଟାଉନ କ୍ଲବର ସଭାପତି ପ୍ରିତେଶ କୁମାର ବହିଦାର ଅତିଥି ଭାବରେ ଓ କ୍ଲବର ଉପସଭାପତି ଅଶୋକ ମିଶ୍ର, ସମ୍ପାଦକ କୁନାଲ ପାଣିଗ୍ରାହୀ, ନରେଶ ସୁନ୍ଦର ସାହୁ, ଆଦିତ୍ୟ ରଥ, ନାରାୟଣ ପୁରୋହିତ,ସୁବାସ ପାତ୍ର, ରାଜେଶ ଗୁର୍ଲ୍ଲା, ନରୋତମ ପ୍ରଧାନ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ଅଞ୍ଚଳର ଖେଳାଳି ମାନେ ଏହି ପ୍ରକାର ଆୟୋଜନ ଦ୍ୱାରା ଉତ୍ସାହିତ ଏବଂ ନୂତନ ଖେଳାଳିଙ୍କୁ ଆକୃଷ୍ଟ କରିବାର ପ୍ରୟାସ ଉଚ୍ଚ ସ୍ତରର ହୋଇଛି ବୋଲି ଅତିଥି ବିଭୁତି ଭୂଷଣ ଭୋଇ ଉଦ୍ୟୋକ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ତେବେ ଫାଇନାଲ ମ୍ୟାଚ୍‌ରେ ଶେଖ ଫାଇଟର୍ସ ଦଳ ଏବଂ ସମଲେଶ୍ୱରୀ ଲାୟନ୍ସ ଦଳ ଭିତରେ ଖେଳ ହୋଇଥିବା ବେଳେ ଶେଖ ଫାଇଟର୍ସ ଦଳ ବିଜୟୀ ହୋଇଥିଲେ । ତେବେ ହୋଇଥିବା ଦୁଇଟି ଯାକ ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ ମଧ୍ୟ ୩ଟି ଯାକ ମ୍ୟାଚ୍‌ ସମସ୍ତ ଦଳ ଲିଗ୍‌ ମ୍ୟାଚ୍‌ ମାନଙ୍କରେ ଖୁବ୍‌ ସୁନ୍ଦର ପ୍ରଦର୍ଶନ କରିଥିବା ବେଳେ ଖେଳା ଯାଇଥିବା ୨ଟି ଯାକ ସେମିଫାଇନାଲ ମ୍ୟାଚ୍‌ ଏବଂ ଫାଇନାଲ୍‌ ମ୍ୟାଚ୍‌ ବେସ ରୋମାଞ୍ଚକର ହୋଇଥିବା କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ତେବେ ଏହି ମ୍ୟାଚ୍‌ ଉପଭୋଗ ପାଇଁ ବୋହୁ ସଂଖ୍ୟାରେ ଦର୍ଶକ ଓ ଖେଳ ପ୍ରେମୀଙ୍କ ଭିଡ଼ ଜମିଥିଲା । ମ୍ୟାଚ୍‌ ମାନଙ୍କର କମେଣ୍ଟ୍ରି କୁମାର ଆନନ୍ଦ, ଅଭିନାଶ ଟିଭି ପରିଚାଳନା କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ କ୍ଲବର ଅଖିଳ ପଟ୍ଟନାୟକ, ଦୀନେଶ ବାରିକ, ସୁରଜ ସୁନା, ସୋମେଶ ମହାନ୍ତି, ସୁରେଶ ସାହୁ, ସୋମ୍ୟ ରଞ୍ଜନ ମହାନ୍ତି, ଅନିଲ ଗୁର୍ଲ୍ଲା, ଶୁଭମ ବେହେରା, ରାହୁଲ ତାଣ୍ଡି, ରିତୁ ସାହୁ, ସୁରେନ୍ଦ୍ର ଲୁହାର, ଛୋଟୁ ପଟେଲ, ସୌରଭ ବନଛୋର, ଆୟୁଷ, ଆଦେଶ ସାହୁ, ବିନୀତ ପାତ୍ର, ରବୀନ ମେହେର, ହରେଶ ଷାଣ୍ଢ ସମସ୍ତେ ମିଶି ଏହି ଟୁର୍ଣ୍ଣାମେଣ୍ଟକୁ ସଫଳ କରେଇ ଥିଲେ ।

jayashree
Leave A Reply

Your email address will not be published.