jayashree

ଅଲୋଡା ଭୁଲିଆବନ୍ଦ ଲକ୍ଷ୍ମୀ ବସଷ୍ଟପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପଞ୍ଚାୟତ ସମିତି ଭେଙ୍ଗରାଜପୁର ପଞ୍ଚାୟତର ଭୁଲିଆବନ୍ଦ ଲକ୍ଷ୍ମୀ ବସଷ୍ଟପ ଅଲୋଡ଼ା ହୋଇପଡି ରହିଛି । ଏହି ଲକ୍ଷ୍ମୀ ବସଷ୍ଟପକୁ ଦେଖିଲେ ଯେ କେହିବି ଦ୍ୱନ୍ଦରେ ରହିଯିବ କାରଣ ବସଷ୍ଟପଟି ଭୁଲିଆବନ୍ଦ ଛକ ପାଖରୁ ୩୦୦ ମିଟର ଦୂରରେ ଥିଲେ ସୁଦ୍ଧା ଏହା ଅଲୋଡା ହୋଇ ପଡ଼ିରହିଛି । ସରକାରଙ୍କ ୨୦୨୩ – ୨୪ ଆର୍ଥିକ ବର୍ଷରେ ପାଞ୍ଚ ଲକ୍ଷ ଅଟକଳ ବ୍ୟୟରେ ନିର୍ମିତ ଏହି ବସଷ୍ଟପଟି ଲୋକଙ୍କ ବ୍ୟବହାରରେ ଆସି ପାରୁନାହିଁ । ଦୀର୍ଘ ୨୫ ବର୍ଷ ଶାସନର ସରକାରୀ ଯନ୍ତ୍ରୀ ଠୁଁ ଠିକାଦାରଙ୍କ ପର୍ଯ୍ୟନ୍ତ ଏହି ପରି ସରକାରୀ ଅର୍ଥକୁ ବ୍ୟୟ ବରାଜ କରି ଓଡିଶାକୁ ଦରିଦ୍ର କରିବାର ଖୋରାକ ଯୋଗାଇଛି । ଭୁଳିଆବନ୍ଦ ଏକ ଛୋଟ ବ୍ୟବସାୟୀସ୍ଥଳୀ ହୋଇଥିବା ସ୍ଥଳେ ଏପରି ଏକ ଅଲୋଡା ସ୍ଥାନରେ ବସଷ୍ଟପ ନିର୍ମାଣ କରିବା ଜନ ମାନସରେ ବିଗତ ସରକାରଙ୍କ ଅପରଗତାକୁ ପଦାରେ ପକାଇ ଦେଇଛି । ବର୍ତ୍ତମାନ ଏହି ବସଷ୍ଟପଟି ମଦୁଆ ମାନଙ୍କ ଆଶ୍ରୟସ୍ଥଳି ପାଳଟି ଥିବାବେଳେ, ଲୋକ ମାନଙ୍କ ଆଶାକୁ ବିଗତ ସରକାର ପାଣିରେ ପକାଇଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ । ଏଣୁ ବର୍ତ୍ତମାନର ସରକାର ଏପରି କାର୍ଯ୍ୟ କଳାପରୁ ଦୂରରେ ରହି ଜନ ମାନସରେ ଆଦର ତଥା ଉତ୍କୃଷ୍ଟ ଚିନ୍ତାଧାରା ଆବଶ୍ୟକ ବୋଲି ଅଞ୍ଚଳର ଜନ ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.