jayashree

ଛତ୍ରପୁର ସହରାଞ୍ଚଳ ୧୪ ନମ୍ବର ୱାର୍ଡ଼ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅବହେଳିତ ଅବସ୍ଥାରେ ଥିବା ୧୪ ନମ୍ବର ୱାର୍ଡ଼ର ପାନୀୟ ଜଳ ସମସ୍ୟା ବୁଝି ଅବଗତ ହେଲେ ବିଧାୟକ । ଜଳ ଯୋଗାଣ, ଡ୍ରେନ୍, ରାସ୍ତା, ସମସ୍ୟାର ସମାଧାନ ପାଇଁ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ନିଜେ ଉପସ୍ଥିତ ରହି ଯାଞ୍ଚ କରିବା ସହିତ ଉତ୍ତମ ମାନର ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ବହୁ ଦିନରୁ ଏହି ସମସ୍ୟା ଥିବା ବେଳେ ନବୀନ ପଟ୍ଟନାୟକ ସରକାରଙ୍କ ୨୪ ବର୍ଷ ଧରି ଥିବା ବେଳେ ଏହି ଅଞ୍ଚଳ ପ୍ରତି ଏଠାକାର ବିଜେଡ଼ିର ପୂର୍ବତନ ବିଧାୟକ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ନୂଆ ସରକାର ଆସିବା ପରେ ଛତ୍ରପୁରର ନୂଆ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଲୋକଙ୍କ ପାଖରେ ପହଞ୍ଚି ମୂଳରୁ ସମସ୍ୟାର ସରଳ ସମାଧାନ କରିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ପୂର୍ବକ ଆଗଭର ହୋଇଛନ୍ତି । ଲୋକଙ୍କ ସମସ୍ୟାକୁ ଗୁରୁତର ସହ ଧ୍ୟାନ ଦେଇ ଅବଗତ ହୋଇ ନିର୍ଭର ପ୍ରତିଶ୍ରୁତି ଦେଇ ସାହି ବସ୍ତି ବାସିନ୍ଦାଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ବିଧାୟକଙ୍କ ଏଭଳି ସୁନ୍ଦର ପଦକ୍ଷେପ ନେଇଥିବାରୁ ସାଧାରଣରେ ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କୁ ୱାର୍ଡ ବାସିନ୍ଦା ଖୁବ୍ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.