oom

କଣ୍ଟାବାଞ୍ଜିରେ ଏସ୍‌ୟୁଜେ ଶାଖାର ବୈଠକ

jsmm

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ (ଏସ୍. ୟୁ. ଜେ) କଣ୍ଟାବାଞ୍ଜି ଶାଖାର ଏକ ବୈଠକ କଣ୍ଟାବାଞ୍ଜି ଠାରେ ଅନୁଷ୍ଠିତ ହୋଇଯାଇଛି । ଏସ୍. ୟୁ. ଜେ.ର ଜିଲ୍ଲା ସଭାପତି ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ସତପଥୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଂଘର ସଭ୍ୟ ସଂଖ୍ୟା ବୃଦ୍ଧି ଏବଂ ଆାଗାମୀ ଦିନରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ବାର୍ଷିକ ଉତ୍ସବ, ସଭ୍ୟ ନବୀକରଣ ଓ କର୍ମକର୍ତ୍ତା ନିର୍ବାଚନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ସାମ୍ବାଦିକ ମାନଙ୍କ ଅଧିକାର ଓ ସ୍ଵାର୍ଥ ରକ୍ଷା ପାଇଁ ଏସ୍‌ୟୁଜେ ସବୁ ବେଳେ କାମ କରିଆସୁଛି ଓ ଆାଗାମୀ ଦିନରେ ଏହି ସଂଘକୁ କିପରି ଜିଲ୍ଲାର ନମ୍ଵର୍ ୱାନ ସଂଗଠନ କରାଯାଇପାରିବ ସେ ଉପରେ ଆଲୋଚନା ହୋଇଥିଲା । ଏସ୍. ୟୁ. ଜେ. ସାଧାରଣ ସମ୍ପାଦକ ଶରତ ମହାକୁର, ସମ୍ପାଦକ ରଘୁ ନନ୍ଦନ ସିଂହ ଓ ରାଜ୍ୟ ଉପସଭାପତି ମହେନ୍ଦ୍ର ଦର୍ଜି ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏସ୍. ୟୁ. ଜେ. କଣ୍ଟାବାଞ୍ଜି ଶାଖାର ତୁଳସୀ ରାମ ଜଗତ, ଯୁଗଳ କିଶୋର ଶବର, ରୋହନ ମହତ, ମୋହନ ସୁନା, ପିତାମ୍ବର ଦୀପ, ଟିକେଶ୍ଵର ତାଣ୍ଡି, ବିକାଶ ଶର୍ମା, ରାକେଶ ସରାଫ, ଦିଗସନ ପୁଟେଲ, ମୀନକେତନ ନିଆଲ, ଧନଞ୍ଜୟ ମହତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଏସ୍. ୟୁ. ଜେ.ର ସଂଗଠନକୁ ବ୍ଲକ ସ୍ତରରେ ସୁଦୃଢ କରିବାକୁ ନିଷ୍ପତ୍ତି ନେଇଥିଲେ ।

jittmm
Leave A Reply

Your email address will not be published.