ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ସଭା ଗୃହରେ ଶନିବାର ନୂତନ ହିତାଧିକାରୀଙ୍କୁ ଏକାଥରେ ୩ ମାସର ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏହାର ଶୁଭାରମ୍ଭ କରିବା ସହ କୌଣସି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବାଦ ପଡିବେ ନାହିଁ ଯଦି ଅକ୍ଷମ ହିତାଧିକାରୀ ଆସି ପାରୁ ନାହାନ୍ତି ସେମାନଙ୍କୁ ଘରକୁ ଯାଇ ଟଙ୍କା ଦେବାପାଇଁ ମତବ୍ୟକ୍ତ କରିଥିଲେ । ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ବିଡ଼ିଓ ଅଚ୍ୟୁତ ଯାନୀ, ଏବିଡ଼ିଓ ଭବାନୀଶଙ୍କର ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ଶିକ୍ଷକ ନିରଞ୍ଜନ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ଗଞ୍ଜାମ ବ୍ଲକର ୧୫ ପଞ୍ଚାୟତର ୩୦୬ ଜଣ ହିତାଧିକାରୀଙ୍କୁ ବିଭିନ୍ନ ଭତ୍ତା ବଣ୍ଟନ କରାଯାଇଥିଲା । ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ଶଶସ୍ତ୍ରିକରଣ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ସମସ୍ତ ଯୋଗ୍ୟ ବିବେଚିତ ୩ ମାସର ଭତ୍ତା ପ୍ରଦାନ କରିଥିଲେ ବିଧାୟକ ।
Prev Post