ରାୟଗଡ଼ା, (ଅକ୍ଷୟ କୁମାର କୁମାର ପିଡ଼ିସିକା) : ମୁନିଗୁଡା ରେଳ ଲାଇନ କ୍ରସିଂଙ୍ଗ ଗେଟକୁ ଭୂତଳ ରାସ୍ତା ନିର୍ମାଣ ପାଇଁ ଦାବୀ । ମୁନିଗୁଡା ବ୍ଲକ ଟିକରପଡା ନିକଟସ୍ଥ ରେଳ ଲାଇନ ଲେବୋଲ କ୍ରସିଂଙ୍ଗ ଗେଟ୍ ବାରମ୍ବାର ଗେଟ୍ ପଡୁଥିବା ନେଇ ପ୍ରତିଦିନ ଅଟକି ରହୁଛି ଶହ ଶହ ଭାରୀଯାନ ଓ ଯାତ୍ରୀବାହୀ ବସ୍ ଫଳରେ ମୁନିଗୁଡାବାସୀ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ମେଡିକାଲକୁ ଆସୁଥିବା ଅନେକ ରୋଗୀ ଓ ସାଧାରଣ ଲୋକେ ନାନା ପ୍ରକାର ହଇରାଣ ହରକତ ହେବା ସହ ଅନେକ ସମୟରେ ମୃତ୍ୟୁମୁଖରେ ପଡି ଜୀବନ ହାରିବା ମଧ୍ୟ ଦେଖିବାକୁ ମିଳିଛି । ବହୁପୂର୍ବରୁ ମୁଖ୍ୟ ରାସ୍ତା ହେଇଥିବାରୁ ରେଳ ଟ୍ରାକ୍ ଅତିକ୍ରମ ପାଇଁ ଗେଟ୍ ହିଁ ଏହାର ମୁଖ୍ୟ କାରଣ ହୋଇଥିବା ବେଳେ ଯିବା ଆସିବାରେ ବହୁ ଲୋକ ଅସୁବିଧାର ସମ୍ମୁଖିନ ହେଉଥିବାରୁ ଅନେକ ଥର ରେଳବାଇ ପ୍ରଶାସନକୁ ମଧ୍ୟ ଗୁହାରି କରାଯାଇଥିଲା । ଏନେଇ ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ କ୍ଲବ ଠାରୁ ପଦଯାତ୍ରା ବାହାରି ରେଳ ଷ୍ଟେସନ ସମ୍ମୁଖରେ ଧାରଣା ବସିଥିବା ଦେଖିବାକୁ ମିଳୁଛି । ତେବେ ଏହି ଦିଗରେ ରେଳବାଇ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ପୁଣିଥରେ ଜୋର ଧରିଲା ଭୂତଳ ରାସ୍ତା ନିର୍ମାଣ ପାଇଁ ଅଂଟା ଭିଡ଼ିଲା ମୁନିଗୁଡା ପ୍ରଗତି ମଞ୍ଚ । ଏହାର ସମାଧାନ ନ କଲେ ଅଗାମୀ ଦିନରେ ତୀବ୍ର ବିରୋଧ କରିବା ସହ ରେଳ ରୋକ କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି ।
Prev Post
Next Post