oom

ଦେଓଗାଁ ସରସ୍ଵତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରାକ୍ ଶିଶୁ ବିଭାଗର ବାର୍ଷିକ କ୍ରୀଡା ଦେଓଗାଁ ସ୍ଥିତ ନେହେରୁ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗାଈବାହାଲ ସରପଞ୍ଚ ତ୍ରିଲୋଚନ ନାଗ, ସମ୍ମାନିତ ଅତିଥି ଭାବେ ପରିଚାଳନା ସମିତିର ସଭାପତି ଡ. ଶିବବ୍ରତ ଦାଶ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ଅସା ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଶାରୀରିକ ପ୍ରମୁଖ କୁନୁ ସାହୁ ସଂଯୋଜନାରେ ଶିଶୁ ଭାଇ ଭଉଣୀଙ୍କ ଦ୍ଵାରା ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଗୋଲା ଫିଙ୍ଗା, ଥାଲିଆ ଫିଙ୍ଗା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଶିଶୁ ବତିକାରେ ମୋଟ ୩ଟି ଖେଳ ଓ ପ୍ରନ୍ତ ଶିଶୁ ବର୍ଗର ୪ଟି ଖେଳ ହୋଇଥିଲା । ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ, ଅଚର୍ଯ୍ୟା, ସେବକ, ସେବିକାଙ୍କ ସହଯୋଗରେ ପ୍ରଥମ ପର୍ଯ୍ୟାୟ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି ।

jittmm
Leave A Reply

Your email address will not be published.